Latest Odisha News

BREAKING NEWS

ଧୋନୀଙ୍କ ପୋଷ୍ଟରେ ଉତର ରଖିଲେ ଗମ୍ଭୀର

ଅହମ୍ମଦାବାଦ: ଭାରତ ଟି୨୦ ବିଶ୍ୱକପ ୨୦୨୬ ଟାଇଟଲ ଜିତିବା ପରେ ଅନେକ ବିବାଦର ଏକପ୍ରକାର ମୃତ୍ୟୁ ଘଟିଛି । ଏହି ସଫଳତାରେ ସମସ୍ତେ ଆନନ୍ଦିତ ଅଛନ୍ତି । ଟିମ ଇଣ୍ଡିଆ ବିଜୟ ହାସଲ କରିବା ପରେ ମହେନ୍ଦ୍ର ସିଂ ଧୋନୀ ପୋଷ୍ଟ କରିଥିଲେ, କୋଚ ସାହେବ ହସ ଆପଣଙ୍କୁ ଭଲ ମାନୁଛି । ଗୌତମ ସର୍ବଦା ନିଜର ଗମ୍ଭୀର ସମସ୍ୟା ନେଇ ବେଶ ପରିଚିତ । ଭାରତ ବିଜୟ ହାସଲ କରିବା ପରେ ତାଙ୍କ ହସ ଦେଖି ଧୋନୀ ଏହି ପୋଷ୍ଟ ଶେୟାର କରିଥିଲେ । ଏବେ ଏହାର ଉତର ଗମ୍ଭୀର ରଖିଛନ୍ତି । ନିଶ୍ଚିତ ଭାବେ ଏହା ଏକ ଚମତ୍କାର କାରଣ ହସିବା ପାଇଁ, ଆପଣଙ୍କୁ ଦେଖି ଖୁସୀ ଲାଗିଲା ।

ଧୋନୀ ୮୬ ସପ୍ତାହ ପରେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଟିମକୁ ଅଭିନନ୍ଦନ ଜଣାଇଥିଲେ । ସୂଚନାଯୋଗ୍ୟ, ଗମ୍ଭୀର ଓ ଧୋନୀଙ୍କ ବିବାଦ ପ୍ରାୟ ସମସ୍ତ କ୍ରିକେଟପ୍ରେମୀ ଜାଣନ୍ତି । ଧୋନୀଙ୍କ ନେତୃତ୍ୱରେ ଭାରତ ବିଜୟ ହାସଲ କରିବା ପରେ ସମସ୍ତ ସମ୍ମାନ ତାଙ୍କୁ ମିଳିଥିଲା । ଗମ୍ଭୀର ସ୍ମରଣୀୟ ଇନିଂସ ଖେଳିଥିଲେ ମଧ୍ୟ ତାହା ଲୁଚି ଯାଇଥିଲା । ସେ ଏହା ପରେ କ୍ରିକେଟର ଷ୍ଟାର କଲଚରକୁ ବିରୋଧ କରିଥିଲେ ।

Leave A Reply

Your email address will not be published.