ସିଡନୀ: ମେଲବୋର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ପରାଜୟ ନେଇ କୋଚ ଗୌତମ ଗମ୍ଭୀର ଡ୍ରେସିଂ ରୁମରେ ଖେଳାଳିଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଗମ୍ଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖେଳାଳି ଓ କୋଚଙ୍କ ମଧ୍ୟରେ କଣ ଆଲୋଚନା ହେଉଛି ତାହା ଡ୍ରେସିଂ ରୁମ ମଧ୍ୟରେ ସୀମିତ ରହୁ । ଭାରତୀୟ କ୍ରିକେଟ ସେ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ଯେ ପର୍ଯ୍ୟନ୍ତ ଡ୍ରେସିଂ ରୁମରେ ସଚ୍ଚୋଟ ଲୋକ ଉପସ୍ଥିତି ରହିବେ । ପ୍ରଦର୍ଶନ ଯୋଗୁ ଆମେ ଭାରତୀୟ ଦଳ ସହିତ ଜଡିତ ରହିଛୁ । ଟିମ ଭାବନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସୁଚିନ୍ତିତ ଯୋଜନା ସହ ଶ୍ରେଷ୍ଠ ପ୍ରଦର୍ଶନ କରିବା ବ୍ୟତୀତ ଆମ ନିକଟରେ ବିକଳ୍ପ ନାହିଁ ।
ଗମ୍ଭୀର ମେଲବୋର୍ଣ୍ଣ ଟେଷ୍ଟ ପରେ ସ୍ପଷ୍ଟ ଭାବେ କହିଥିଲେ, ଏଥର ମୋ ଯୋଜନା ଅନୁସାରେ ଖେଳିବାକୁ ପଡିବ । ନ ହେଲେ ବାଧ୍ୟ ହୋଇ ମୋତେ ଥ୍ୟାଙ୍କ ୟୁ କହିବାକୁ ପଡିବ । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଶେଷରେ ବାଧ୍ୟ ହୋଇ ଗମ୍ଭୀର ପ୍ରେସ କନଫେରେନ୍ସ ମାଧ୍ୟମରେ ଏହା କହିଥିଲେ ।
Comments are closed.