ରାଂଚୀ: ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ହାସଲ କରିଛି । ଏହା ପରେ କୋଚ ଗୌତମ ଗମ୍ଭୀର କିଛି ଦିନ ବିଶ୍ରାମ ନେଇଛନ୍ତି । ଏବେ ଗମ୍ଭୀର ପୂନର୍ବାର ମେଂଟର ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଟିମ ଇଣ୍ଡିଆ କୋଚ ହେବା ପୂର୍ବରୁ ସେ ଆଇପିଏଲରେ ମଧ୍ୟ ମେଂଟର ଦାୟିତ୍ୱ ତୁଲାଇଥିଲେ । ଛତିଶଗଡ କ୍ରିକେଟ ଫେଷ୍ଟରେ ଗମ୍ଭୀରଙ୍କୁ ସମର କ୍ୟାମ୍ପ ପାଇଁ ମେଂଟର କରାଯାଇଛି । ଏହି ସଂସ୍ଥା ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଛି । ଏହି ସମର କ୍ୟାମ୍ପ ରାୟପୁରରେ ଆୟୋଜିତ ହେବ । କୋଚ ଭାବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସମାଲୋଚିତ ହୋଇଥିଲେ ।
ଭାରତ ଚାମ୍ପିୟନ୍ସ ଟ୍ରଫି ହାସଲ କରିବା ପରେ ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଛି । ଏବେ ଗମ୍ଭୀରଙ୍କ ପରବର୍ତୀ ଲକ୍ଷ୍ୟ ଆଗାମୀ ଇଂଲଣ୍ଡ ଗସ୍ତ ଉପରେ ରହିଛି । ଏହି ସିରିଜ ଜୁନ-ଜୁଲାଇରେ ଆୟୋଜିତ ହେବ । ଟିମ ଇଣ୍ଡିଆ ଇଂଲଣ୍ଡ ଯିବା ପୂର୍ବରୁ ଗମ୍ଭୀର ଆଗୁଆ ସେଠାରେ ପଂହଚିବେ । ସେ ଇଣ୍ଡିଆ ଏ ଓ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ହେବାକୁ ଥିବା ସିରିଜରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ ।
Comments are closed.