Latest Odisha News

BREAKING NEWS

ଜୁଆ ଆଡ୍ଡା ଉପରେ ଅତର୍କିିତ ଚଢାଉ

ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଅତର୍କୀତ ଚଢାଉ । ଗୁଣୁପୁର ସହର ରେଗେଡା ଗ୍ରାମ ନିକଟ ଏକ କାଜୁ ଜଂଙ୍ଗଲରେ ଜୁଆଡିମାନେ ଜୁଆ ଖେଳୁଥିବା ବେଳେ ପୋଲିସ୍ ଖବର ପାଇ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ୍ ୧୨ଟି ଦାମି କାର୍ , ଗୋଟିଏ ଅଟୋ ରିକ୍ସା , ୧୯ ଟି ମୋବାଇଲ୍ ଫୋନ, ତାସ କାଟା ଜବତ କରିଛି l

ଜୁଆଡି ଖେଳରେ ବ୍ୟବହୃତ କରୁଥିବା ରୟେଲ୍ସ କଏନ ଓ ୨ ଲକ୍ଷ ୨୫ ହଜାର ୯୯୦ ଟଙ୍କା ଜବତ କରିବା ସହ ୧୫ ଜଣ ଜୁଆଡିକୁ ଗିରଫ କରିଛନ୍ତି l ସମସ୍ତ ଜୁଆଡି ଆନ୍ଧ୍ରର ଶ୍ରିକାକୁଲମ ଜିଲ୍ଲା ଓ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳର l ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l

Leave A Reply

Your email address will not be published.