Latest Odisha News

BREAKING NEWS

ଆସନ୍ତା ୨୭ରେ ରିଲିଜ୍ ହେବ ଫିଲ୍ମ ଗଣପତର ଟିଜର

ମୁମ୍ବାଇ : ବଲିଉଡ଼ ଅଭିନେତା ଟାଇଗର ଶ୍ରଫ ତାଙ୍କର ଆଗାମୀ ଫିଲ୍ମ ଗଣପତ: ଏ ହିରୋ ଇଜ ବର୍ନ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆସନ୍ତା ୨୭ ତାରିଖରେ ଏହି ଫିଲ୍ମର ଟିଜର ରିଲିଜ ହେବାକୁ ଯାଉଛି । ଏଥିରେ ନିଜର ପାୱାର ପ୍ୟାକ ହୋଇଥିବା ଲୁକ୍ ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଅଭିନେତା ପ୍ରସ୍ତୁତ ଅଛନ୍ତି । ଏହା ଏକ ଡିଷ୍ଟୋପିଆନ ଦୁନିଆରେ ଆଧାରିତ ଏକ ଆକ୍ସନ ଥ୍ରୀଲର । ଆଜି ଅଭିନେତା ଟାଇଗର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ସ୍ୱତନ୍ତ୍ର ଘୋଷଣା କ୍ଲିପରେ ଏହି ଡିଷ୍ଟୋପିଆନ ଜଗତର ଝଲକ ସେୟାର କରିଛନ୍ତି । ଏହାର କ୍ୟାପସନରେ ଲେଖିଛନ୍ତି, ‘ଜଗତକୁ ବଦଳାଇବାକୁ ହେଲେ ଜଗତକୁ ପରିବର୍ତ୍ତନ କରିବାକୁ ପଡିବ । ଯାହା ପ୍ରଶଂସକଙ୍କୁ ବେଶ୍ ଉତ୍ସାହିତ କରିଛି । ଏହି ଫିଲ୍ମରେ ଅଭିନେତ୍ରୀ କ୍ରିତି ସାନନ ଏବଂ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ଟାଇଗର ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଲ୍ଡିଂଗୁଡିକ ଡିଷ୍ଟୋପିଆନ ସେଟିଂ ପୃଷ୍ଠଭୂମିରେ ରହିଥିବା ଦେଖାଯାଉଛି । ସେହି ସମୟରେ, ଏକ କୋଠା ଉପରେ ଠିଆ ହୋଇଥିବା ଟାଇଗର ହଠାତ ତଳକୁ ଡେଇଁ ପଡୁଛନ୍ତି । ଏହା ସହିତ ଅଭିନେତା ଫିଲ୍ମର ଟିଜର ରିଲିଜ ତାରିଖ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ଭାସୁ ଭଗ୍ନାନି, ଜ୍ୟାକି ଭାଗନାନି, ଦୀପଶିଖା ଦେଶମୁଖ ଏବଂ ବିକାଶ ବହଲଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ବିକାଶ ବାହଲ ନିର୍ଦ୍ଦେଶନା ଦେଇଛନ୍ତି । ଏହା ଆସନ୍ତା ଅକ୍ଟୋବର ୨୦ ତାରିଖରେ ରିଲିଜ ହେବ । ଏହି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ଭାଷାରେ ରିଲିଜ୍ ହେବ ।

 

Comments are closed.