Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ଗାନ୍ଧିଜୀ ଇନ୍ ଓଡ଼ିଶା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟର କୃତି ଓ କୀର୍ତ୍ତିର ସ୍ମୃତିରେ ଇଂରାଜୀ ଭାଷାରେ ରଚିତ ପୁସ୍ତକ “ଗାନ୍ଧିଜୀ ଇନ୍ ଓଡ଼ିଶା ” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଯାଇଛି। ଏହି ପୁସ୍ତକରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ବିଭିନ୍ନ ପ୍ରସଙ୍ଗ ଉପରେ ମୂଲ୍ୟବାନ ଆଲେଖ୍ୟ ସବୁ ସ୍ଥାନିତ ହୋଇଛି।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସ୍ବାଧୀନତା ଆନ୍ଦୋଳନ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ରାଜ୍ୟବ୍ୟାପୀ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସ୍ବାଧୀନତା ସଂଗ୍ରାମ ସମୟରେ ମହାତ୍ମା ଗାନ୍ଧୀ ଅନେକ ସମୟରେ ଓଡ଼ିଶା ଆସିଥିଲେ ଏବଂ ସେ ଓଡ଼ିଶା ଆସିବାକୁ ନିଜ ତୀର୍ଥ ଯାତ୍ରା ସହ ସମାନ ବୋଲି ଭାବୁଥିଲେ।

Comments are closed.