Latest Odisha News

BREAKING NEWS

ଆଜି ଗଣେଶ ପୂଜା: ସଜେଇ ହୋଇଛି ପୂଜା ମଣ୍ଡପ

ବକ୍ରତୁଣ୍ଡ ମହାକାୟ ସୂର୍ୟକୋଟୀ ସମପ୍ରଭଃ।

ନିର୍ଭିଗ୍ନଂ କୁରୁମେ ଦେଵ ସର୍ବକାର୍ଯ୍ୟେସୁ ସର୍ଵଦା।

 ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।  ଆଜିଠୁ ଆରମ୍ଭ ହେଉଛି ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା । ଏଥିପାଇଁ ଖାଲି ଓଡ଼ିଶା ନୁହେଁ ସାରା ଭାରତ ଉତ୍ସବମୁଖର ହୋଇଉଠିଛି । ମହାରାଷ୍ଟ୍ରରେ ରାତିରୁ ଗଣେଶଙ୍କ ନିକଟରେ ପୂଜା ଓ ଦର୍ଶନ ଆରମ୍ଭ ହୋଇଛି ।

ଓଡ଼ିଶାର ବିଭିନ୍ନ ପୂଜାମଣ୍ଡପରେ ଆଜିଠୁ ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସଜେଇ ହୋଇଛି ବିଭିନ୍ନ ପୂଜାମଣ୍ଡପ  । ଦୁଇ ବର୍ଷ ପରେ ଏଥର ପୂଜା ପାଇଁ ସମସ୍ତେ ଅପେକ୍ଷାରେ ରହିଛନ୍ତି । କୋଭିଟ କଟକଣା ହଟିଥିଲେ ମଧ୍ୟ ଚଳିତ ବର୍ଷ କିଛି କଟକଣାରେ ପୂଜା ହେବ । ଶ୍ରୀ ଗଣେଶଙ୍କ  ମୂର୍ତ୍ତି ଏଥର 20 ଫୁଟ ରହିବ ବୋଲି ନିୟମ ରହିଛି । ତାରି ଭିତରେ ଗାଁଠୁ  ସହର ସବୁଠି ଗଣେଶଙ୍କ ପୂଜା ପାଇଁ ମାହୋଲ ଜମିଲାଣି ।

ଆଜି ବିଘ୍ନବିନାଶକଙ୍କ ପୂଜା ପାଇଁ ଗାଁ ଠୁ ସହର ଏବଂ ସମସ୍ତ ଶିକ୍ଷାନୁଷ୍ଠାନରେ ଉତ୍ସାହ ଲାଗିରହିଛି  । ତେବେ  ମଣ୍ଡପରେ ପୂଜା ପାଇବାକୁ ଥିବା ମୂର୍ତିର ଉଚ୍ଚତା କୁ ନେଇ ବିବାଦ ଛିଣ୍ଡିନାହିଁ । ମେଢ ସହ ମୂର୍ତିର ଉଚ୍ଚତା ୪୦ ଫୁଟ କରାଯାଇପାରିବ ବୋଲି ନିୟମ କରାଯାଇଥିବା ବେଳେ କେତେ ଏହାକୁ ମାନୁଛନ୍ତି ତାହା ପରେ ଜଣାପଡିବ । ଏହାର ମାନେ ହେଉଛି ଛୋଟ ମୂର୍ତ୍ତି ଏଥର ଅଧିକ ପୂଜା ମଣ୍ଡପରେ ପୂଜା ପାଇବେ ।

ମୂର୍ତି ନିର୍ମାଣରେ ପୋଡା ମାଟି ବ୍ୟବହାର ହେବନି ବୋଲି ଚଳିତ ବର୍ଷ ନିୟମ ରହିଛି ।  ମୂର୍ତିରେ କୌଣସି ପ୍ରକାର ରାସାୟନିକ ରଙ୍ଗ ବ୍ୟବହାର ହେବ ନାହିଁ ।  ପ୍ରଶାସନ ଓ ପୌର କତୃପକ୍ଷଙ୍କ ଦ୍ୱାରା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବାକୁ ମଧ୍ୟ ଏଥର ନିୟମ ରହିଛି । ଏଥର ମଧ୍ୟ ଏହି ସବୁ ନିୟମ  ଉଲଂଘନ କଲେ ୭ ହଜାର ଟଙ୍କା ଯାଏଁ ଜରିମାନ ଦେବାକୁ ପଡ଼ିବ । ପଂଚାୟତସ୍ତରରେ ଥିବା ପୂଜା କମିଟିକୁ ୩ ହଜାର, ମ୍ୟୁନିସିପାଲିଟି ଓ ଏନ୍ଏସି ଅଂଚଳର ପୂଜା କମିଟିକୁ ୫ ହଜାର ଜରିମାନା ଦେବାକୁ ପଡ଼ିବ ।

Comments are closed.