Latest Odisha News

BREAKING NEWS

ଚର୍ଚ୍ଚାରେ ଶିଳ୍ପାଙ୍କ ଇକୋ-ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ମୁମ୍ବାଇ : ବଲିଉଡ୍ ବିୟୁଟି ଶିଳ୍ପା କିଣିଲେ ଗଣେଶ ମୂର୍ତ୍ତି । ଗଣେଶ ପୂଜା ପାଇଁ ମୁମ୍ବାଇ ଟାଉନ୍ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ଶିଳ୍ପାସେଟ୍ଟୀ ମୁମ୍ବାଇ ମାର୍କେଟ ଯାଇ ଗଣେଶ ମୂର୍ତ୍ତି କିଣିଥିବା ଦେଖିବାକୁ ମିଳିଛି । ଶିଳ୍ପା ମୂର୍ତ୍ତି କିଣିବା ସମୟରେ ଶିଳ୍ପାଙ୍କୁ ଦେଖିବାପାଇଁ ମାର୍କେଟ ପରିସରରେ ଫ୍ୟାନ୍ ମାନଙ୍କ ଭିଡ ଜମିଥିଲା । ଏଥର ଗଣେଶ ପୂଜା ପାଇଁ ଶିଳ୍ପା ଇକୋ ଫ୍ରେଣ୍ଡଲି ଗଣେଶ କିଣିଛନ୍ତି ।

ଏହା ଆମ ପରିବେଶ ପାଇଁ ଭଲ ହେଉଥିବାରୁ ଶିଳ୍ପା ଏହି ମୂର୍ତ୍ତିକୁ ଚୟନ କରିଥିଲେ । ଶିଳ୍ପା ଏହି ମୂର୍ତ୍ତି ଘରକୁ ଆଣିବା ସମୟରେ ଗଣପତି ବାବା ମୋରିୟା କହୁଥିବା ଶୁଣିବାକୁ ମିଳିଥିଲା । ଶିଳ୍ପାଙ୍କ ଫ୍ୟାନ ମାନେ ମଧ୍ୟ ଶିଳ୍ପାଙ୍କ ସହ ମିଶିକି ପାଳି ଧିରିଥିଲେ । ମହାରଷ୍ଟ୍ରରେ ଗଣେଷ ପୂଜା ବହୁ ଧୁମ୍ ଧାମ୍ ର ସହ ସେଲିବ୍ରେସନ କରାଯାଏ।ପ୍ରାୟ ୧୦ ଦିନ କାଳ ଗଜାନନଙ୍କୁ ଘେରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଏ ।

Leave A Reply

Your email address will not be published.