ସୁରଟ: ଏଠାରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଗଣେଶଙ୍କ ମୂର୍ତି ଯୋଗୁ ପାଣିରେ ଭାସି ଯାଉଥିବା ୧୪ ବର୍ଷୀୟ ଲଖନ ନିକଜୁ ବଂଚାଇ ପାରିଛି । ଏହାକୁ ଏକ ଚମତ୍କାର ଭାବେ ଆଖ୍ୟା କରାଯାଉଛି । ଲଖନ ଜେଜେ ମାଆ ସବିତାବେନ, ଭାଇ କରଣ ଓ ଭଉଣୀ ଅଂଜଳିଙ୍କ ସହ ଶୁକ୍ରବାର ସୁରଟ ସମୂଦ୍ରକୂଳ ବୁଲିବାକୁ ଯାଇଥିଲେ । ସବିତାବେନ ଗାଧେଇବା ପାଇଁ ମନା କରିଥିଲେ ମଧ୍ୟ ଦୁଇ ଭାଇ କିଛି ଶୁଣି ନ ଥିଲେ । ଅଂଜଳି ମାଆଙ୍କ କଥା ମାନି କୂଳକୁ ପଳାଇ ଆସିଥିଲେ । ଗାଧେଇବା ବେଳେ ଦୁଇ ଭାଇ ଭାସି ଯାଇଥିଲେ । ବହୁ କଷ୍ଟରେ କରଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଲଖନଙ୍କ ପତା ମିଳି ନ ଥିଲା । ତାଙ୍କ ପରିବାର ବହୁତ ଖୋଜା ଖୋଜି କରିବା ପରେ ନ ପାଇବାରୁ ତାର ବଂଚିବା ଆଶା ଛାଡି ଦେଇଥିଲେ ।
ଶନିବାର କେତେକ ମାଛ ଧରାଳୀ ୨୨ କିଲୋମିଟର ଦୂରରେ ଲଖନଙ୍କ ଶରୀର ଭାସୁଥିବା ଦେଖିବାକୁ ପାଇଥିଲେ । ସେମାନେ ପ୍ରଥମେ ଲଖନ ମରି ଯାଇଥିବା ଭାବି ନେଇଥିଲା । ପାଖକୁ ଯିବା ପରେ ସେ ଏକ ଗଣେଶ ମୂର୍ତିର ଫ୍ରେମକୁ ଧରି ରହିଯାଇଛି ଆଉ ତା ଦେହରେ ଜୀବନ ଅଛି । ସେମାନେ ଉଦ୍ଧାର କରିବା ସହ ଖବରc ଦେଇଥିଲେ । ଇତି ମଧ୍ୟରେ ଅନ୍ୟ ରେସକ୍ୟୁ ଟିମ ସେଠାରେ ପଂହଚି ଯାଇଥିଲେ । ଗୁରୁତର ଅବସ୍ଥାରେ ଲଖନକୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସେ ଏବେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି ।
Comments are closed.