Latest Odisha News

BREAKING NEWS

ନିଲାମ ହେଲା ରାଜ୍ୟର ସବୁଠୁ ବଡ ଲଡୁ, ଦାମ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କା

ତାଳଚେର: ସରିଲା ତାଳଚେର ପ୍ରସିଦ୍ଧ ଗଣେଶ ପୂଜା । ପାର୍ବତୀ ନନ୍ଦନଙ୍କୁ ଶେଷ ଦର୍ଶନ କରିଛନ୍ତି ଭକ୍ତ । ପୁଣି ଅପେକ୍ଷା ଆର ବର୍ଷକୁ । ଆଜି ହେବ ବିଘ୍ନହର୍ତ୍ତାଙ୍କୁ ଭସାଣି କାର୍ଯ୍ୟକ୍ରମ । ବିସର୍ଜନ ପୂର୍ବରୁ ଗତକାଲି ନିଲାମ ହୋଇଛି ୩୧ କ୍ବିଣ୍ଟାଲ ଓଜନ ବିଶିଷ୍ଠ ଓଡ଼ିଶାର ସବୁଠୁ ବଡ଼ ଆଜ୍ଞା ଲଡ଼ୁ । ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଲଡୁଟି ନିଲାମ ହୋଇଛି । ଚଳିତ ବର୍ଷର ଏହି ଆଜ୍ଞା ଲଡୁ ସବୁ ବର୍ଷର ରେକର୍ଡ ଭାଙ୍ଗିଛି ।

ସୂଚନା ଅନୁସାରେ, ଗତକାଲି ତାଳଚେର ଗଣେଶ ପୂଜାର ଶେଷ ଦିନ ଥିଲା । ଏହି ପରିପେକ୍ଷୀରେ ୩୧ କ୍ଵିଣ୍ଟାଲ ବିଶିଷ୍ଠ ଲମ୍ବୋଦରଙ୍କ ଆଜ୍ଞା ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଟ୍ରକରେ ବିଶାଳକାୟ ଲଡୁକୁ ନିଲାମ ସ୍ଥଳକୁ ଅଣାଯାଇଥିଲା । ପରେ ପ୍ରଶାସନ , ତାଳଚେର ବିଧାୟକ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ଗହଣରେ ନିଲାମ ଡକାଯାଇଥିଲା । ୮ ଲକ୍ଷ ୭୦ ହଜାର ଟଙ୍କାରୁ ନିଲାମ ଡାକ ଆରମ୍ଭ ହୋଇ ୨୨ ଲକ୍ଷ ୨୨ ହଜାର ୨୨୨ ଟଙ୍କାରେ ଶେଷ ହୋଇଥିଲା । ଶେଷରେ ତାଳଚେରର ଲାଲ ବାଗ ରାଜା ଅନୁଷ୍ଠାନ ନିଲାମ ପ୍ରକ୍ରିୟାର ବିଜେତା ହୋଇଥିଲା । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ତାଳଚେରର ଏହି ଆଜ୍ଞାଲଡୁ ୱାର୍ଲଡ ରେକର୍ଡ କରିଛି । ପୂର୍ବରୁ ମୁମ୍ବାଇରେ ୨୨ କୁଇଣ୍ଟାଲ ରେକର୍ଡ ଥିବା ବେଳେ ତାଳଚେରରେ ଚଳିତ ବର୍ଷ ୩୧ କୁଇଣ୍ଟାଲ ଓଜନର ରହିଛି ।

Leave A Reply

Your email address will not be published.