Latest Odisha News

କେବେ ପଡୁଛି ଗଣେଶ ପୂଜା: କାହିଁକି ୧୦ ଦିନ ଯାଏଁ କରାଯାଏ ବିଘ୍ନହର୍ତାଙ୍କ ପୂଜା

ଭୁବନେଶ୍ୱର; ପ୍ରତିବର୍ଷ ଗଣେଷ ଚତୁର୍ଥୀକୁ ସାରା ଦେଶରେ ବଡ଼ ଧୂମଧାମରେ ପାଳନ କରାଯାଏ। କିନ୍ତୁ ଏହା ପ୍ରତିଥର ଅଲଗା ଅଲଗା ତାରିଖ ତଥା ଦିନ ମାନଙ୍କରେ ପାଳନ ହୁଏ। ସମାନ ରୁହେ କେବଳ ତିଥି। ଏବେ ସବୁ ପର୍ବ ଦୁଇ ଦିନକୁ ରହୁଥିବା ବେଳେ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ଦ୍ୱନ୍ଦ ଦେଖାଦେଇଛି। କେବେ ଆଉ କିପରି ଏଥର ପ୍ରଭୁ ଗଣେଶଙ୍କୁ ନିଜ ଘରକୁ ସ୍ୱାଗତ କରିବେ ଓ ତାଙ୍କର ପୂଜା କରିବେ ଜାଣନ୍ତୁ …

ତେବେ ଚଳିତ ଥର ୭ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ପର୍ବ ପଡ଼ୁଛି। ଏହାସହ ୧୭ ସେପ୍ଟେମ୍ବରରେ ଗଣେଶଙ୍କର ବିସର୍ଜନ ହେବ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗଣେଶ ଚତୁର୍ଥୀ ଉତ୍ସବ ଭାଦ୍ରପଦ ମାସ ଶୁକ୍ଳ ପକ୍ଷ ର ଚତୁର୍ଥୀ ତିଥିରେ ପାଳନ କରାଯାଏ। ଭାଦ୍ରବ ମାସର ଶୁକ୍ଲାପକ୍ଷ ଚତୁର୍ଥୀ ତିଥି ସେପ୍ଟେମ୍ବର ୬ ତାରିଖ ଅପରାହ୍ନ ୩ଟା ୧ରେ ଆରମ୍ଭ ହେବ ଏବଂ ପରଦିନ ୭ ତାରିଖ ସନ୍ଧ୍ୟା ୫ ଟା ୩୭ରେ ଶେଷ ହେବ ।

ମାନ୍ୟତା ଅନୁସାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ପୁତ୍ର ଭଗବାନ ଗଣେଣ ଜନ୍ମ ନେଇଥିଲେ। ଦଶ ଦିନ ପରେ ମାନେ ଅନନ୍ତ ଚତୁଦ୍ଦର୍ଶୀ ଦିନ ଗଣପତିଙ୍କ ବିସର୍ଜନ ହୋଇତାଏ। ଚଳିତ ଥର ଏହା ୧୭ ସେପ୍ଟେମ୍ବରରେ କରାଯିବ ।

ହିନ୍ଦୁ ଧର୍ମରେ ଶ୍ରୀଗଣେଶ ହେଉଛନ୍ତି ଅଗ୍ର ପୂଜ୍ୟ । କୌଣସି ବି ପୂଜା ହେଲେ ଶ୍ରୀ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ । ଭଗବାନ ଗଣେଶଙ୍କୁ ବିଘ୍ନହର୍ତା କୁହାଯାଏ । ସର୍ବ ବିଘ୍ନ ବିନାଶକ ସେ, ମନୁଷ୍ୟର ସମସ୍ତ ବିଘ୍ନବିନାଶ କରିଥାନ୍ତି । ମାନ୍ୟତା ରହିଛି ଶ୍ରୀ ଗଣେଶଙ୍କ କୃପା ଦୃଷ୍ଟି ରହିଲେ ସବୁ କଷ୍ଟ ଦୂର ହୋଇଥାଏ । ତେବେ ଗଣେଶ କ’ଣ ପାଇଁ ୧୦ ଦିନ ବିରାଜମାନ କରନ୍ତି। ୧୦ ଦିନ ପରେ ଗଣେଶଙ୍କୁ ବିସର୍ଜନ କରିବା ପଛର କାରଣ କ’ଣ ରହିଛି ଜାଣିଛନ୍ତି କି ?

ମାନ୍ୟତା ଅନୁସାରେ ଭାଦ୍ରବ ମାସ ଶୁକ୍ଲପକ୍ଷ ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଶ୍ରୀ ଗଣେଶଙ୍କର ଜନ୍ମ ହୋଇଥିଲା। ପୌରାଣିକ କଥା ଅନୁଯାୟୀ, ଗଣେଶ ଚତୁର୍ଥୀ ଦିନ ହିଁ ମହାଭାରତ ଲେଖାଯାଇଥିଲା। ମହର୍ଷି ବେଦବ୍ୟାସ ମହାଭାରତର ରଚନା ପାଇଁ ଗଣେଶଙ୍କୁ ଲେଖିବା ପାଇଁ ପ୍ରାର୍ଥନା କରିଥିଲେ। ଆଉ ଶ୍ରୀ ଗଣେଶ କହିଥିଲେ, ଯଦି ସେ ଲେଖିବେ, ତେବେ ଆଉ କଲମ ବନ୍ଦ କରିବେ ନାହିଁ। ମହାଭାରତ ଲେଖିବା ପାଇଁ ୧୦ ଦିନ ସମୟ ଲାଗିଥିଲା।

ଅନନ୍ତ ଚତୁର୍ଦ୍ଦଶୀ ଦିନ ମହାଭାରତ ଲେଖିବା କାମ ସମାପ୍ତ ହୋଇଥିଲା। ଗଣେଶଙ୍କ ଶରୀର ସ୍ଥାଣୁ ହୋଇଯାଇଥିଲା। ବିଲକୁଲ ନ ହଲିବା କରଣରୁ ଶରୀରରେ ଧୂଳିମଳି ଜମି ଯାଇଥିଲା। ସେତେବେଳେ ଗଣେଶ ସରସ୍ୱତୀ ନଦୀରେ ସ୍ନାନ କରି ନିଜ ଶରୀରର ମଇଳାକୁ ସଫା କରିଥିଲେ। ଖାସ୍‌ ଏଥିପାଇଁ ଗଣପତିଙ୍କ ସ୍ଥାପନା ୧୦ ଦିନ ପାଇଁ କରାଯାଏ ଏବଂ ପରେ ବିସର୍ଜନ କରାଯାଏ।

ଗଣେଶ ଉତ୍ସବକୁ ଆଧ୍ୟାତ୍ମିକ ଦୃଷ୍ଟିରୁ ଦେଖିବାକୁ ଗଲେ, ମନରେ ହୋଇଥିବା ଦ୍ୱେଷକୁ ଦୂର କରିବା ପାଇଁ ୧୦ ଦିନ ସମୟ ମଣିଷକୁ ଲାଗିଥାଏ। ଏହି ସମୟରେ ବ୍ୟକ୍ତି ନିଜର ସଂପୂର୍ଣ୍ଣ ଧ୍ୟାନ ଗଣେଶଙ୍କ ଭକ୍ତିରେ ଲଗାଇବା ଜରୁରୀ ହୋଇଥାଏ। ଆପଣ ବି ଏଥର ଘରକୁ ଗଜାନନ ଙ୍କୁ ଆଣି ତାଙ୍କ ପୂଜା କରନ୍ତୁ.. ଆଉ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ କିଛି ଭୁଲ କରିଥିଲେ କ୍ଷମା ମାଗନ୍ତୁ..ସମସ୍ୟା ଥିଲେ ପ୍ରଭୁ ନିହାତି ଆପଣଙ୍କ ଦୁଃଖ ଦୂର କରିବେ ..

Comments are closed.