Latest Odisha News

BREAKING NEWS

ଏଥର କଟକରେ ହେବନି ଗଣେଶ ପୂଜା

କଟକ: ବର୍ଷ ବର୍ଷ ଧରି ହେଉଥିବା ଗଣେଶ ପୂଜା ଉପରେ ପଡିଛି କରୋନା ମହାମାରୀର ପ୍ରଭାବ । ଏଥର ସିଲଭର ସିଟି କଟକରେ ହେବନି ଗଣେଷ ପୂଜା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂଜା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବସାଧାରଣ ସ୍ଥାନ ଏବଂ କୌଣସି ସଂସ୍ଥା କିମ୍ବା ପୂଜା କମିଟି ପକ୍ଷରୁ ଗଣେଶ ପୂଜା କରାଯିବ ନାହିଁ । ଏନେଇ ଶାନ୍ତି କମିଟି ଓ ସମସ୍ତ ପୂଜା କମିଟି ସହ କମିଶନରେଟ୍ ପୋଲିସର ବୈଠକରେ ନିଷ୍ପତ୍ତି ହୋଇଛି ।

ତେବେ କଟକ ବାସିନ୍ଦା ଚାହିଁଲେ ନିଜ ନିଜ ଘରେ ଗଣେଶ ପୂଜା କରିପାରିବେ । ହେଲେ ଅଧିକ ଲୋକଙ୍କୁ ଡାକି ଘରେ ଭିଡ କରିବେ ନାହିଁ । ତେବେ ଆଗକୁ ଆସୁଥିବା ଦୁର୍ଗାପୂଜା ହେବ କି ନାହିଁ ସେନେଇ ସେତେବେଳର କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ଦଶହରା ପାଇଁ କୌଣସି ଆଗୁଆ ପ୍ରସ୍ତୁତି ନକରିବାକୁ ପୂଜା କମିଟି ମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଯଦି ଏଭଳି ସ୍ଥିତି ଲାଗି ରହେ ତାହେଲେ କେବଳ ମୂର୍ତ୍ତି ବା ଘଟ ପୂଜା ହେବ ବୋଲି କଟକ ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.