ମୟୂରଭଞ୍ଜ: ପୁଣି ରାଜ୍ୟରେ ଆଉ ଏକ ଗଣଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି । ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଯୁବତୀ ଜଣକ ସମ୍ପର୍କୀୟଙ୍କ ଘରକୁ ବୁଲିବା ପାଇଁ ଯାଇଥିବା ସମୟରେ ଘଟଣାଟି ଘଟିଥିବା ଜଣାପଡ଼ିଛି।
ସୂଚନାନୁସାରେ, ଗତ ମଙ୍ଗଳବାର ଅପରାହ୍ନ ସମୟରେ ମନ୍ଦିରରୁ ଚାଲି ଚାଲି ଘରକୁ ଫେରିବା ସମୟରେ ଏକ ବାଇକରେ ଆସି ତାଙ୍କୁ ଅପହରଣ କରିନେଇଥିଲେ ୩ ଦୁର୍ବୃତ୍ତ। ଆଉ ଅପହରଣ ପରେ କରିଥିଲେ ଗଣଦୁଷ୍କର୍ମ । ୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ଏତଲା ଦିଆଯାଇଛି ।
ପରେ ପୋଲିସ ତଦନ୍ତ ଆରମ୍ଭ କରି ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଅଟକ କରିଥିବା ବେଳେ ଅନ୍ୟ ଦୁଇ ସହଯୋଗୀ ଏବେ ଫେରାର ଅଛନ୍ତି। ଫେରାର ଥିବା ୨ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି।
Comments are closed.