Latest Odisha News

ଦେଶର ଶ୍ରେଷ୍ଠ ୩ ଥାନା ଭିତରେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା

ଗଞ୍ଜାମ: ଦେଶର ଶ୍ରେଷ୍ଠ ୩ଟି ପୋଲିସ ଥାନା ଭିତରେ ଅଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା । ବର୍ଷ ୨୦୨୧ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଥାନାକୁ ଚୟନ କରିଛି । ୧୯ ତାରିଖରେ ଲକ୍ଷ୍ନୌରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୋଲିସ ଡିଜିଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

ଶ୍ରେଷ୍ଠ ଥାନା ଚୟନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସର୍ଭେ ହୋଇଥିଲା । ଅପରାଧ ନିୟନ୍ତ୍ରଣ, ମାମଲା ପଞ୍ଜିକରଣ, ଚୋରି, ଡକାୟତି ରୋକିବ, ଆଇନଶୃଙ୍ଖଳା ନିୟନ୍ତ୍ରଣ, ମହିଳା ଓ ଶିଶୁଙ୍କୁ ନ୍ୟାୟ, ସ୍ୱଚ୍ଛତା ଆଦିକୁ ମାନଦଣ୍ଡ ଭାବରେ ବିଚାରକୁ ନେଇ ସର୍ଭେ ହୋଇଥିଲା । ଏସବୁ ମାନଦଣ୍ଡ ଆଧାରରେ ଶ୍ରେଷ୍ଠ ପୋଲିସ ଥାନା ଭାବରେ ଯୋଗ୍ୟ ବିବେଚିତ ହୋଇଛି ଗାଙ୍ଗପୁର ଥାନା ।

Leave A Reply

Your email address will not be published.