ଡେରାଡୁନ: ଦିନକୁ ଦିନ ପୃଥିବୀର ତାପମାତ୍ର ବଢ଼ିବାରେ ଲାଗିଛି । ଫଳରେ ଗ୍ଲେସିୟର ତରଳିବା ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ୩୬୦ ବର୍ଷ ହେବ ଗଙ୍ଗୋତ୍ରୀ ଗ୍ଲେସିୟର ପ୍ରତିଦିନ ୬୩ ମିଟର ପଛକୁ ଘୁଂଚିଛି । ୮୦ ବର୍ଷ ମଧ୍ୟରେ ଏହା ୧.୯ କିଲୋମିଟର ପଛକୁ ଖସିଛି । ବରଫ ତରଳିବା ଯୋଗୁ ଏହା ହେଉଛି । ୧୫୭୧ ପୁରୁଣା ବୃକ୍ଷକୁ ନେଇ କରାଯାଇଥିବା ଷ୍ଟଡିରୁ ଏହି ତଥ୍ୟ ମିଳିଛି ।
ସେ ସମୟରେ ଏହି ଗଛଗୁଡିକ ଗ୍ଲେସିୟରଠାରୁ ୧.୪ କିଲୋମିଟର ଦୂରତାରେ ଥିଲେ । ଏବେ ଏହା ୩.୨୬ କିଲୋମିଟର ବ୍ୟବଧାନରେ ଅଛନ୍ତି । ଗ୍ଲୋବାଲ ୱାର୍ମିଂକୁ ଏବେଠାରୁ ନ ଜଗିଲେ ଆଗକୁ ସ୍ଥିିତି ଭୟଙ୍କର ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
Comments are closed.