Latest Odisha News

BREAKING NEWS

ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ବିଳମ୍ବ ହେଉଛି କାହିଁକି, ରିପୋର୍ଟ ମାଗିବେ ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିସିପି ଦେଇଥିବା ରିପୋର୍ଟ ଅନୁସାରେ କ୍ରାଇମବ୍ରାଂଚ ତଦନ୍ତ କରୁଛି । ଖୁବଶୀଘ୍ର କ୍ରାଇମବ୍ରାଂଚକୁ ତଦନ୍ତ ରିପୋର୍ଟ ମଗାଯିବ । ତେବେ ତଦନ୍ତ କାହିଁକି ବିଳମ୍ବ ହେଉଛି ସେନେଇ କ୍ରାଇମବ୍ରାଂଚକୁ ରିପୋର୍ଟ ମଗାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।

ସେ କହିଛନ୍ତି, ଭୁବନେଶ୍ୱର ଡିସିପିଙ୍କୁ ମଗାଯାଇଥିବା ରିପୋର୍ଟ ଆୟୋଗର ହସ୍ତଗତ ହୋଇଛି । ଅଭିଯୋଗକାରୀଣିଙ୍କ ଅଭିଯୋଗ ଅନୁସାରେ ଓଟିଭି ଏମଡିଙ୍କୁ ରିପୋର୍ଟ ମଗାଯାଇଥିଲା । ମିଳିଥିବା ରିପୋର୍ଟକୁ ଯାଂଚ କରାଯିବ । ତଦନ୍ତରେ ଆବଶ୍ୟକ ପଡିଲେ ଓଟିଭି ଏମଡିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଡକାଯିବ ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.