Latest Odisha News

BREAKING NEWS

ଗିରଫ ହେଲା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ତଳେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲା ପୋଲିସ। ସେବେଠାରୁ ମୁମ୍ବାଇ ଏବଂ ଦିଲ୍ଲୀର ମିଳିତ ପୋଲିସ ଟିମ୍ ଅନମୋଲକୁ ଖୋଜୁଥିଲା । ଏବେ ଗ୍ୟାଙ୍ଗଷ୍ଟାର ଅନମୋଲକୁ ଗିରଫ କରିଛି ପୋଲିସ । ଆମେରିକାର କାଲିଫର୍ଣ୍ଣିଆରୁ ଅନମୋଲକୁ ଗିରଫ କରିଛି ପୋଲିସ । ତେବେ ଏନେଇ ଦିଲ୍ଲୀ କିମ୍ବା ମୁମ୍ବାଇ ପୋଲିସ ପକ୍ଷରୁ କୌଣସି ସରକାରୀ ସୂଚନା ମିଳିନାହିଁ । କିନ୍ତୁ, ଅନମୋଲର ଗିରଫ ନେଇ ବିଶେଷ ଏଜେନ୍ସି ସୂତ୍ରରୁ ସୂଚନା ଦିଆଯାଇଛି।

କହିରଖୁଛୁ ଯେ ଅନମୋଲ ବିଷ୍ଣୋଇ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ମାମଲା ଏବଂ ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ଉପରକୁ ଗୁଳି ଚାଳନା ଘଟଣାର ଅନ୍ୟ ଏକ ଅଭିଯୁକ୍ତ। କେବଳ ସେତିକି ନୁହେଁ, ଅନମୋଲ ବିଷ୍ଣୋଇ ବିରୋଧରେ ଆହୁରି ୧୮ ଟି ଅପରାଧିକ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ନିକଟରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଅନମୋଲକୁ ଗିରଫ କରିବାକୁ ଯାଇ ତା’ ବିଷୟରେ ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା।

ତେବେ କିଛି ଦିନ ପୂର୍ବରୁ ଅନମୋଲ ବିଷ୍ଣୋଇକୁ ଗିରଫ କରିବା ପାଇଁ ଏକ ଜାମିନବିହୀନ ୱାରେଣ୍ଟ ଜାରି କରିଥିଲେ ସ୍ୱତନ୍ତ୍ର କୋର୍ଟ । ଏହାପରେ ଆମେରିକାରୁ ଅନମୋଲକୁ ଆଣିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ସେପଟେ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଅଫତାବ୍ ପୁନାୱାଲାର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି। କାରଣ ବିଷ୍ଣୋଇ ଗ୍ୟାଙ୍ଗ ଆଫତାବ ପୁନାୱାଲାକୁ ଟାର୍ଗେଟ କରିବାକୁ ଯୋଜନା କରୁଥିବା ନେଇ ବିଶେଷ ସୁତ୍ରରୁ ଖବର ମିଳିଛି ।

Comments are closed.