ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଡି-ଗ୍ୟାଙ୍ଗର ଏକ ବଡ ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏହାର ମୁଖ୍ୟ ତଥା ପାକିସ୍ତାନରେ ଲୁଚିକରି ଥିବା ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ ଏ ନେଇ ଏକ ସ୍ପେଶାଲ ୟୁନିଟ ପ୍ରସ୍ତୁତ କରିଥିଲା । ଦିଲ୍ଲୀ ଓ ମୁମ୍ବାଇର ବଡ ନେତା ଏବଂ ସେଲିବ୍ରେଟି ସେମାନଙ୍କ ଟାର୍ଗେଟରେ ରହିଥିଲେ । ଏହା ମାଧ୍ୟମରେ ଭାରତରେ ଅଶାନ୍ତି ସୃଷ୍ଟି କରିବା ସେମାନଙ୍କ ମୂଳ ଲକ୍ଷ୍ୟ ଥିଲା ।
ସ୍ପେଶାଲ ୟୁନିଟ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହେବା ସହ ଏଥିନେଇ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ନେଇଥିଲା । ଇତି ମଧ୍ୟରେ ଦାଉଦଙ୍କ ଭାଇ ଇକବାଲ କାସକରଙ୍କୁ ଇଡି ଅର୍ଥ ହେରଫେର ମାମଲାରେ ଗିରଫ କରିଛି । ସେହିପରି କିଛି ଦିନ ତଳେ ହିମାଚଳ ପ୍ରଦେଶର ପୋଲିସ ଅଧିକାରୀ ଅରବିନ୍ଦ ଡିଜିଭିଜେ ନେଗିଙ୍କୁ ଏନଆଇଏ ଗିରଫ କରିଥିଲା ।
Comments are closed.