Latest Odisha News

BREAKING NEWS

ରୋହିଣୀ କୋର୍ଟ ପରିସରରେ ଗ୍ୟାଙ୍ଗୱାର, ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଆଜି ବଡ ଧରଣର ଗ୍ୟାଙ୍ଗୱାର ଘଟିଛି । ଏଥିରେ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟାର ଜିତେନ୍ଦ୍ର ଗୋଗୀଙ୍କ ସମେତ ୩ଜଣ ମୃତ୍ୟୁବରଣ କରିଛନ୍ତି । ୪ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଗୋଗୀ କେସର ଶୁଣାଣୀ ପାଇଁ କୋର୍ଟକୁ ଆସିଥିଲେ । ୨ଜଣ ବଦମାସ ଓକିଲଙ୍କ ବେଶରେ ଆସି ଗୋଗୀଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ ।

ପୋଲିସର ପାଲଟା ଜବାବରେ ଆକ୍ରମଣକାରୀ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ଗୋଗୀଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । କୋର୍ଟ ପରିସରରେ ଏ ଭଳି ଗୁଳିକାଣ୍ଡ ଘଟିବା ଯୋଗୁ ପୋଲିସର କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.