Latest Odisha News

BREAKING NEWS

ଆମେରିକାରେ ବିବାହ କରି ନାଗରିକତା ପାଇବା ଲକ୍ଷ୍ୟରେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର

ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାର ଆମେରିକାରେ ରହିଯିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛି । ଭାରତୀୟ ଏଜେନ୍ସିକୁ ମିଳିଥିବା ଇନପୁଟ ଅନୁସାରେ ଗୋଲ୍ଡି ଏବେ ଜଣେ ଆଫ୍ରିକୀୟ ଝିଅକୁ ବିବାହ କରି କାଲିଫୋର୍ଣ୍ଣିଆର ନାଗରିକତା ପାଇବା ଯୋଜନା ଚଳାଇଛନ୍ତି । ସମ୍ପୃକ୍ତ ଝିଅ ଆମେରିକାର ନାଗରିକତା ପାଇଥିବାରୁ ତାଙ୍କୁ ବିବାହ କରିବା ମାନେ ଗୋଲ୍ଡି ବି ସମାନ ଅଧିକାର ପାଇବେ । ଏଥିରେ ସେ ସଫଳ ହେଲେ ଭାରତକୁ ଆଣିବା ଆଉ ଏତେଟା ସହଜ ହେବନି । ରାଜସ୍ଥାନ ଓ ହରିୟାଣର ୮ଜଣ ସାଥୀ ମଧ୍ୟ ଆମେରିକାରେ ଗୋଲ୍ଡିଙ୍କ ସହ ଲୁଚି କରି ଅଛନ୍ତି । ସେମାନେ ଅବୈଧ ଭାବେ ଆମେରିକାରେ ପ୍ରବେଶ କରି ରହିଛନ୍ତି ।

୧୫ ଅଗଷ୍ଟ ୨୦୧୭ରେ ଗୋଲ୍ଡି କାନାଡା ପଳାଇ ଯାଇଥିଲା । ସେଠାରୁ ଆମେରିକା ଖସି ଯିବାରେ ସଫଳ ହୋଇଥିଲା । କାନାଡାରେ ରହି ସେ ସିଦ୍ଧୁଙ୍କ ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିଲା । ଗୋଲ୍ଡିଙ୍କ କହିବା ଅନୁସାରେ ଲରେନ୍ସ ଗ୍ୟାଙ୍ଗ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ଏବେ ଏହି ଗ୍ୟାଙ୍ଗର ଅଧିକାଂଶ ସଦସ୍ୟ ତିହାର ଜେଲରେ ଅଛନ୍ତି । କାନାଡାର ମୋଷ୍ଟ ୱାଟେଂଡ ତାଲିକାରେ ମଧ୍ୟ ଗୋଲ୍ଡିର ନାମ ରହିଛି ।

Comments are closed.