Latest Odisha News

BREAKING NEWS

କଟକରେ ପହଁଞ୍ଚିଲା ହାଇଦରର କାର, ତେଲେଙ୍ଗାନାରୁ ମଙ୍ଗଳାବାଗ ଥାନାରେ ପହଁଞ୍ଚିଲା  

କଟକ: କଟକରେ ପହଞ୍ଚିଲା ହାଇଦରର କାର । କଟକ ଏସସିବି ମେଡିକାଲରୁ ଯେଉଁ ସ୍ୱିଫ୍ଟ ଡ଼ିଜାୟାର କାରରେ ହାଇଦର ଫେରାର ହୋଇଥିଲା ସେହି କାର କଟକ ମଙ୍ଗଳାବାଗ ଥାନାରେ ପହଁଞ୍ଚିଛି । ଗାଡିର ନମ୍ବର ଓଡି-୦୨-ଏଏସ୍- ୬୭୭୦ । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟ୍ରୁ କାରକୁ ଜବତ କରିଛି କମିଶନର ପୋଲିସ । 
ଏହି କାରରେ ହାଇଦର ତେଲାଙ୍ଗାନା ଯାଇଥିବା ପୋଲିସ ଗୁଇନ୍ଦା ସୂଚନା ପାଇଥିଲା । ଓଡିଶା ସୀମାର ବ୍ରହ୍ମପୁୁର ନିକଟ ଗୋଳନ୍ଥରା ଚେକ୍ ଗେଟରେ ଦେଇ ଏହି ଗାଡି ୧୦ ତାରିଖରେ ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । NHAIର ଆପ ମାଧ୍ୟମରେ ଗାଡି ନମ୍ବରରୁ ଗାଡିର ଲୋକେସନ୍ ଜାଣିପାରିଥିଲା ପୋଲିସ । ଇଚ୍ଛାପୁରମ୍-ଆନ୍ଧ୍ର-ତେଲେଙ୍ଗାନା ଯାଏ ଗାଡି ଲୋକେସନ ଫଲୋ କରିଥିଲା ପୋଲିସ । ମଛଲିପଟନମ୍ ରୁ ବିଜୟୱାଡା-ହାଇଦ୍ରାବଦ୍ ଯାଏ କାରର ଲୋକେସନ ଦେଖାଇଥିଲା । ପୋଲିସ ଜାଣିପାରିଥିଲା ହାଇଦର ବେଙ୍ଗାଳୁରୁ କି ଚେହ୍ନାଇ ନ ଯାଇ ହାଇଦ୍ରାବାଦରେ ହିଁ ଅଛି ।
Leave A Reply

Your email address will not be published.