Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା, ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ଗିରଫ

କଟକ: ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କଟକ ଏସ୍‌ସିବି ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିସନରେଟ୍‌ ପୋଲିସ । ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲଙ୍କୁ ଗିରଫ କରାଯାଇଛି ।

ସମ୍ବଲପୁର ଜେଲର ୱାର୍ଡର ଶିବନାରାୟଣ ନନ୍ଦ ଓ କନଷ୍ଟେବଲ ମହମ୍ମଦ ମୌସିମଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏସ୍‌ସିବିରେ ହାଇଦର ଚିକିତ୍ସିତ ହେଉଥିବା ବେଳେ ସୁରକ୍ଷା ଦାୟିତ୍ବରେ ଥିଲେ କନଷ୍ଟେବଲ ମହମ୍ମଦ ମୌସିମ । ମୌସିମଙ୍କୁ ନିଶା ଦେଇ ଖସି ପଳାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର । 

ପୂର୍ବରୁ ହାଇଦରକୁ ଫେରାର ହେବାରେ ସାହାଯ୍ୟ କରିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଥିବା ଜଣାପଡିଛି । 

ହାଇଦରକୁ ୧୨ ଦିନିଆ ରିମାଣ୍ଡ ପାଇଁ JMFC କୋର୍ଟରେ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ୭ ଦିନ ପାଇଁ ଅନୁମତି ଦେଇଥି​‌ଲେ । ହାଇଦର କରୋନାରେ ଆକ୍ରାନ୍ତ ଥିବା ଯୋଗୁ ତାକୁ ପୋଲିସ ରିମାଣ୍ଡ​‌ରେ ନେଇନାହିଁ । ସେ ସୁସ୍ଥ ହେବା ପରେ ପୋଲିସ ରିମାଣ୍ଡରେ ନେବ ।

Leave A Reply

Your email address will not be published.