Latest Odisha News

BREAKING NEWS

ହାଇଦରକୁ ଏନକାଉଣ୍ଟର ସ୍ଥଳରୁ ମିଳିଲା ୨ଟି ଖୋକା

ବାଲେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଥିବା ସ୍ଥଳରେ ଖୋଳତାଡ । ଆଜି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ସହ ପ୍ରମାଣ ଯୋଗାଡ କରିଛି । ଖୋଳତାଡ ବେଳେ ଏନକାଉଣ୍ଟରସ୍ଥଳରୁ ମିଳିଛି ୨ଟି ଖୋକା । ଆଉ କିଛି ଖୋକା ପଡ଼ିଛି କି ନାହିଁ ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍ । ଉପସ୍ଥିତ ଅଛନ୍ତି ବାଲେଶ୍ୱର ଏସଡିପିଓ ।

ଗତକାଲି ଅପରାହ୍ଣରେ ହାଇଦରକୁ କଟକ ଚୌଦ୍ୱାର ଜେଲରୁ ବାରିପଦା ସ୍ଥାନାନ୍ତର କରାଯାଉଥିଲା । ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପରିସ୍ରା ଯିବାକୁ କହିଥିଲା । ଏତିକିବେଳେ ପୋଲିସ ପାଖରୁ ବନ୍ଧୁକ ଛଡ଼ାଇ ଚମ୍ପଟ ମାରିବା ବେଳେ ପୋଲିସ ଗୁଳି ଚଳାଇଥିଲା । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାକୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଆଜି ହାଇଦରର ପୋଷ୍ଟମର୍ଟମ ହେବ । ଶବ ବ୍ୟବଚ୍ଛେଦ ସରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ମୃତଦେହ । କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ବ୍ୟାପକ ପୋଲିସ ମୁତୟନ ବି ହୋଇଛନ୍ତି ।

Leave A Reply

Your email address will not be published.