Latest Odisha News

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ପୁଣି ଗିରଫ

କଟକ: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ବୁଧବାର ଦିନ କଟକଠାରେ କମିଶନରେଟ ପୋଲିସ ଦ୍ୱାରା ଗିରଫ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ରାଜା ଆଚାର୍ଯ୍ୟ ମାଲଗୋଦାମ ପୋଲିସ ଦ୍ୱାରା ଗିରଫ ହୋଇଛି । କୋର୍ଟଙ୍କ ଆଦେଶ ଅବମାନନା କରିଥିବା ଯୋଗୁଁ ପୂର୍ବ ୱାରେଣ୍ଟଯୋଗୁଁ ଗିରଫ ହୋଇଥିବା ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ମେ ୨୮ ତାରିଖ ୨୦୦୮ରେ ଗୋଆରୁ ପୋଲିସ ରାଜାକୁ ଗିରଫ କରିଥିଲା । ୨୦୦୮ ଏପ୍ରିଲ ୧୮ ତାରିଖରେ ଜୁଡ଼ୋ କୋଚ୍ ବିରଞ୍ଚି ଦାସକୁ ବିଜେବି କଲେଜ ନିକଟରେ ରାଜା ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲା ।

ଡ଼ିସେମ୍ବର ୨୦୧୦ରେ ଅଦାଲତ ରାଜାକୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ କରିଥିଲେ ।

Comments are closed.