Latest Odisha News

ଝାରପଡା ଜେଲକୁ କାହିଁକି ଆସିଲେ ଗ୍ୟାଙ୍ଗଷ୍ଟର ଟିଟୋ; ଜାଣନ୍ତୁ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନଜରରେ ରଖି ଗ୍ୟାଙ୍ଗଷ୍ଟର ଟିଟୋକୁ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲକୁ ସ୍ଥାନନ୍ତରିତ କରାଯାଇଛି । ଟିଟୋକୁ ଶୁକ୍ରବାର ଦିନ କଡା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା ।

ଗଣମାଧ୍ୟମକୁ ସୂଚନା ଦେଇ ସ୍ପେଶାଲ ଟାକ୍ସ ଫୋର୍ସ (ଏସଟିଏଫ୍) ଏସପି ପ୍ରଶାନ୍ତ ଭୂଷଣ କହିଛନ୍ତି, ଏପ୍ରିଲ୍ ୨୯ ତାରିଖରେ ଓଡିଶାରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ କେନ୍ଦ୍ରାପଡାରେ ହେବାକୁ ଥିବା ନିର୍ବାଚନକୁ ନଜରରେ ରଖି ପ୍ରଶାସନିକ ଶୃଙ୍ଖଳା ଦୃଷ୍ଟିରୁ ଟିଟୋକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ୨୦୧୮ ମସିହା ଜୁନ୍ ୩୦ ତାରିଖରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ହୋଇଥିବା ଏକ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଟିଟୋକୁ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଥିଲା। ଗିରଫ ପରେ କ୍ରାଇମବ୍ରାଞ୍ଚ ତାକୁ ୩ଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇଥିଲେ । ପରେ ଏହି ଘଟଣାରେ ଟିଟୋର ସହଯୋଗୀମାନଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.