ପୁରୀ: ଚାଷ ଜମିର ହିଡ଼ରେ ଶହ ଶହ ଗଞ୍ଜେଇ ଗଛ । ପୁରୀ ଜିଲ୍ଲାର କଣାସ ବ୍ଲକ ନାନକେରା ଅଞ୍ଚଳର ଚାଷ ଜମି ହିଡ଼ରେ ଶହ ଶହ ଗଞ୍ଜେଇ ଗଛ ଲାଗିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ବିଭାଗ ପହଞ୍ଚି ଗଞ୍ଜେଇ ଗଛ ନଷ୍ଟ କରିବା ଆରମ୍ଭ କରିଛି ।
ପୁରୀ ଅବକାରୀ ଏସପିଙ୍କ ଅନୁସାରେ, ସେଠାରେ ଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୩ କୋଟି ହେବ । ଗଞ୍ଜେଇ ଗଛ ନଷ୍ଟରେ ୧୫ ଜଣିଆ ଟିମ୍ ଲାଗିଥିବା ବେଳେ ସମ୍ପୂର୍ଣ୍ଣ ନଷ୍ଟ ଲାଗି ୫ ଦିନ ସମୟ ଲାଗିବ । ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ ନଷ୍ଟ ଆରମ୍ଭ ପରେ ଜମି ମାଲିକ ମାନେ ଫେରାର୍ ହୋଇ ଯାଇଥିବା ଜଣାପଡ଼ିଛି ।
ପୂର୍ବରୁ ଅନ୍ୟ ଅଞ୍ଚଳରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପ୍ରଥମଥର ଲାଗି ଗଞ୍ଜେଇ ଚାଷ ଅବକାରୀ ବିଭାଗ ହାତରେ ଲାଗିଛି । ଯାହାକୁ ନେଇ ଲୋକେ ପୋଲିସ ଓ ଅବକାରୀ ବିଭାଗକୁ ପ୍ରଶ୍ନ କରିଛନ୍ତି ।
Comments are closed.