Latest Odisha News

BREAKING NEWS

ମାଲକାନଗିରି ପୋଲିସକୁ ସଫଳତା, ଜବତ ହେଲା ୨ କ୍ବିଣ୍ଟାଲ ଗଞ୍ଜେଇ, ୩ ଗିରଫ

ମାଲକାନଗିରି : ମାଲକାନଗିରି ପୋଲିସକୁ ବଡ଼ ସଫଳତା । ଚିତ୍ରକୋଣ୍ଡା ଅଞ୍ଚଳରୁ ଛତିଶଗଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ନମ୍ବର ନଥିବା ଏକ ତିନି ଚକିଆ ଅଟୋକୁ ଜବତ କରିଛି ପୋଲିସ । ଅଟୋ ଭିତରୁ ୨ କ୍ବିଣ୍ଟାଲ ୩ କେଜି ଚୋରା ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ କହିଛନ୍ତି ।

ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୩ ଜଣଙ୍କ ମଧ୍ୟରୁ ସୀତାରାମ ଖିଲ ଓ ଯଦୁ ଖିଲ ନାମକ ୨ ଅଭିଯୁକ୍ତଙ୍କ ଘର ଚିତ୍ରକୋଣ୍ଡା ବ୍ଲକ୍ ପଣଷଗୋନ୍ଦି ଗାଁରେ ହୋଇଥିବା ବେଳେ, ମଙ୍ଗଳା ମୁଦୁଲି ନାମକ ଅନ୍ୟ ଜଣେ ଅଭିଯୁକ୍ତର ଘର ବଡପଦର ଗାଁରେ ବୋଲି ଜଣାପଡିଛି । ପୋଲିସ ଏମାନଙ୍କ ଠାରୁ ୩ଟି ମୋବାଇଲ ଫୋନ ସହ ନଗଦ ଟଙ୍କା ମଧ୍ୟ ଜବତ କରିଛି । ଏମାନେ କେଉଁ ମାଫିଆଙ୍କ ନେଟଓ୍ବର୍କରେ ସଂପୃକ୍ତ ଅଛନ୍ତି, ସେନେଇ ତଦନ୍ତ କରୁଛି ମାଲକାନଗିରି ପୋଲିସ ।

Leave A Reply

Your email address will not be published.