Latest Odisha News

ଯାଜପୁର ଧର୍ମଶାଳା ଲୁଣିବାର ଗାଁରୁ ବିପୁଳ ପରିମାଣର ବିସ୍ଫୋରକ ଜବତ

ଯାଜପୁର : ମାଟି ତଳୁ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବାର ମୌଜାରେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଜେନାପୁର ପୋଲିସ ଓ ଧର୍ମଶାଳା ତହସିଲଦାରଙ୍କ ଉପସ୍ଥିତିରେ ଲୁଣିବାର ମୌଜାରୁ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି`

ଜବତ ହୋଇଥିବା ବିସ୍ଫୋରକ ପାହାଡ଼ ବ୍ଲାଷ୍ଟିଂରେ ବ୍ୟବହାର କରାଯାଇଥାଏ । ଜେନାପୁର ଥାନା ଅଞ୍ଚଳରେ ପାହାଡ଼ ଲିଜ୍‌ଧାରୀ ବିସ୍ଫୋରକ ସାମଗ୍ରୀକୁ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ରଖିଥିବା ଜଣାପଡିଛି । ଏନେଇ ଜେନାପୁର ପୋଲିସ ୨ ଜଣ ପାହାଡ଼ ଲିଜଧାରୀଙ୍କ ନାଁରେ ଏତଲା ଦାୟର କରିଛି । ଅନ୍ୟପଟେ ଏହି ଘଟଣାରେ ବିଭିନ୍ନ ସ୍ଥାନରେ ଅପରେସନକୁ ଜୋରଦାର କରିଛି ପୋଲିସ । ଏହା ପୂର୍ବରୁ ବଉଳମାଳ ପଞ୍ଚାୟତ ଓ ଲୁଣିବାର ମୌଜାରୁ ଆମୋନିଆ ନାଇଟ୍ରେଟ ଓ ଜିଲେଟିନ ଜବତ ସହ ଷ୍ଟୋରକୁ ସିଲ କରାଯାଇଥିଲା । ଏବେ ପୁଣି ପୋଲିସ ଜବତ କରିଛି ବିସ୍ଫୋରକ ସାମଗ୍ରୀ ।

Leave A Reply

Your email address will not be published.