କୋରାପୁଟ : ଜଙ୍ଗଲରେ ଗଞ୍ଜେଇ ରଖିଥିବା ବେଳେ ଜୟପୁର ସଦର ପୋଲିସର ଚଢାଉ । ମାମଲାରେ ଜଣକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳର ନରସିଂହ ପାଡାଲ । ଗଞ୍ଜେଇକୁ ପ୍ୟାକେଟ୍ କରି ରଖାଯାଇଥିବା ନେଇ ସୂଚନା ପାଇଥିଲେ ଜୟପୁର ସଦର ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ । ଜରି ପ୍ୟାକେଟରେ କୋଟା ଛକ ନିକଟରେ ଥିବା ଜଙ୍ଗଲରେ ଏହି ସବୁ ଗଞ୍ଜେଇକୁ ଗଛିତ ରଖାଯାଇଥିଲା । ଚଢ଼ାଇ କରି ପୋଲିସ ୬୩୧ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ । ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ବୁଲେଟ୍ ଓ ମୋବାଇଲ ଜବତ କରିଛି ପୋଲିସ ।
BREAKING NEWS
- ରାଜଧାନୀରୁ ୭୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ
- OUSSSC CPSE 2024: ପୋଲିସ ଏସ୍ଆଇ ପରୀକ୍ଷାର୍ଥୀଙ୍କ ବଢିଲା ତଥ୍ୟ ଅପଡେଟ୍ ସମୟସୀମା
- ୨ଦିନରେ ଷ୍ଟେସନରୁ ଜବତ ହେଲାଣି ୧୭ କେଜି ଗଞ୍ଜେଇ; ଦୁଇ ଗିରଫ
- ମୁମ୍ବାଇ ଇଣ୍ଡିଆନ୍ସ ହେଲା ସବୁଠାରୁ ଦାମୀ ଟିମ
- Sheikh Hasina approaches UN: ଢାକା ଫେରିବା ପୂର୍ବରୁ UNର ଦ୍ୱାରସ୍ଥ ହେଲେ ଶେଖ୍ ହସିନା;ଜାଣନ୍ତୁ କାରଣ…
- ରଣଜୀ ଟ୍ରଫିରେ ଚିନ୍ମୟ ସୁତାରଙ୍କ ଧମାକା: ଭାଙ୍ଗିଲେ ୧୦୦ ବର୍ଷର ବିଶ୍ୱ ରେକର୍ଡ!
- କିଟରେ ହେବ ଓଡ଼ିଶା ସିନିୟର ମହିଳା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ
- PM Kisan Yojana:କାଲି ମିଳିବ ପିଏମ୍ କିଷାନ ଟଙ୍କା; ରାଜ୍ୟରେ ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି
- ରଣଜୀ ଟ୍ରଫି: ସର୍ଭିସେସ ବିପକ୍ଷ ମ୍ୟାଚ୍ ଡ୍ର, ବାତ୍ୟା ଅର୍ଣ୍ଣବ ପ୍ରଭାବିତ ମ୍ୟାଚ୍ରୁ ଓଡ଼ିଶାକୁ ମିଳିଲା ପ୍ରଥମ ପଏଣ୍ଟ
- ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

Comments are closed.