Latest Odisha News

BREAKING NEWS

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, ଟ୍ରକ ଛାଡ଼ି ପଳାଇଲେ ମାଫିଆ

ରାୟଗଡ଼ା: ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ । ଟ୍ରକରେ ଭର୍ତ୍ତି ହୋଇ ଚାଲାଣ ହେଉଥିଲା । ଯାଞ୍ଚ ବେଳେ ଧରିଲା ଅବକାରୀ ବିଭାଗ । ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଟ୍ରକ୍‌ରୁ ଜବତ ହୋଇଛି ୧୬ଶହ ୨୨ କିଲୋଗ୍ରାମର ଗଞ୍ଜେଇ । ଯାହାର ମୂଲ୍ୟ ଦେଢ଼େ କୋଟି ଟଙ୍କା ହେବ । ୫୬ଟି ପ୍ୟାକେଟ କରି ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା ।

ବିଶେଷ ସୂତ୍ରରୁ ଖବର ପାଇଁ ଯାଞ୍ଚ କରିଥିଲା ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍‌ । ଏତିକିବେଳେ ଟ୍ରକ ଭିତରୁ ଗଞ୍ଜଇ ମିଳିଛି । ଘଟଣାସ୍ଥଳରୁ ଟ୍ରକ୍ ଛାଡ଼ି ଚମ୍ପଟ୍ ମାରିଛନ୍ତି ଦୁର୍ବୃତ୍ତ । ତେବେ ଗଞ୍ଜେଇ କେଉଁଠୁ ଓ କେଉଁଆଡ଼େ ଚାଲାଣ ହେଉଥିଲା ? ଚୋରା ଚାଲାଣ ପଛରେ କେଉଁ ରାକେଟ୍ ରହିଛି ଖୋଳତାଡ କରୁଛି ରାୟଗଡ଼ା ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସ ।

Leave A Reply

Your email address will not be published.