Latest Odisha News

BREAKING NEWS

ଗ୍ରାହକଙ୍କ ତଥ୍ୟ ରଖ, ନଚେତ ଗଣିବ ୧୦୦୦ ଫାଇନ୍‌

ଗଞ୍ଜାମ: ଗଂଜାମ ଜିଲ୍ଲାରେ ହୁହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଠି ସଂକ୍ରମିତଙ୍କ ସଂଖ୍ୟା ୨ଶହ ପାର ହୋଇଗାଲଣି । ତେବେ ଏହାକୁ ରୋକିବା ପାଇଁ ଏବେ ପ୍ରଶାସନ ଅଂଟା ଭିଡିଛି । ଜିଲ୍ଲାରେ ଥିବା ସମସ୍ତ ଦୋକାନ ଖୋଲିବା ନେଇ ନୂଆ ଗାଇଡଲାଇନ୍ ଜାରି ହୋଇଛି ।

ସମସ୍ତ ଦୋକାନୀ ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା ଓ ହ୍ୟାଣ୍ଡ ଗ୍ଲୋବ୍ସ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଗ୍ରାହକଙ୍କ ପାଇଁ ସାନିଟାଇଜର ରଖିବା ପାଇଁ କୁହାଯାଇଛି । ମାସ୍କ ପିନ୍ଧିନଥିବା ଗ୍ରାହକଙ୍କୁ ସାମଗ୍ରୀ ଦିଆଯିବ ନାହିଁ । ଏନେଇ ଦୋକାନୀଙ୍କୁ ‘ନୋ ମାସ୍କ, ନୋ ଗୁଡ୍ସ’ ବୋର୍ଡ ଲଗାଇବା ପାଇଁ କୁହାଯାଇଛି ।

ସେହିପରି ଦୋକନକୁ ଆସୁଥିବା ସବୁ ଗ୍ରାହକଙ୍କ ତଥ୍ୟ ରଖିବା ପାଇଁ ଦୋକାନୀଙ୍କୁ କୁହାଯାଇଛି । ଯଦି ଏସବୁ ନିୟମ ଦୋକାନୀ ନମାନେ ତେବେ ଏକ ହଜାର ଟଙ୍କା ଫାଇନ୍ ଗଣିବେ । ଏଥିସହ ଦୋକାନକୁ ସିଲ୍ ମଧ୍ୟ କରାଯିବ । ଏନେଇ ଗଂଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.