Latest Odisha News

ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍

ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ ‘ଏକ୍ସ’ ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ମୁତାବକ, ୭୭ ଟି ଦେଶର ବେଳାଭୂମିର ସ୍ଥିତି ଫାଉଣ୍ଡେସନ ଫର୍ ଏନଭାଇରନମେଣ୍ଟାଲ ଏଜୁକେସନ (ଏଫଇଇ) ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଥିଲା । ବିଚ୍ ର ସୁନ୍ଦର ଓ ସ୍ବଚ୍ଛ ପରିବେଶ, ସୁନ୍ଦର ବେଳାଭୂମୀ ଓ ପର୍ଯ୍ୟଟକ ଅନୁକୁଳ ପରିବେଶ ଭଳି ଦିଗକୁ ଦେଖି ଏହି ମାନ୍ୟତା ପ୍ରଦାନ କରାଯାଇଛି ।

ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା ପାଇବା ପରେ ଏହା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ଗଞ୍ଜାମ ସହ ସମଗ୍ର ଓଡିଶାବାସୀଙ୍କ ପାଇଁ ଖୁସିର ଖବର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.