ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଣିଷ ସହିତ ପଶୁପକ୍ଷୀ ମଧ୍ୟ ରାମଲଲାଙ୍କ ଦରବାର ଯାଉଛନ୍ତି। କିଛି ଦିନ ତଳେ ରାମଲାଲାଙ୍କ ମନ୍ଦିରରେ ଏକ ମାଙ୍କଡ଼ ଦେଖିବାକୁ ମିଳିଥିଲା। ଏବେ ମନ୍ଦିର ଚାରିପଟେ ଏକ ପକ୍ଷୀ ଉଡୁଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଏହି ପକ୍ଷୀ ଆଉ କେହି ନୁହଁନ୍ତି ବରଂ ଗରୁଡ । ଯାହା ଶ୍ରୀରାମଙ୍କ ଜନ୍ମସ୍ଥାନରେ ବସିଥିବା ରାମ ଲାଲାଙ୍କ ଦରବାରରେ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓକୁ ଖୁବ ଆଗ୍ରହର ସହ ଲୋକେ ଏବେ ସେୟାର କରୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ, ସପ୍ତାହକ ତଳେ ଗର୍ଭଗୃହ ଉପରକୁ ହଠାତ୍ ଏକ ପକ୍ଷୀ ବୁଲୁଥିବା ଦେଖିବାକୁ ମିଳିଥିଲା। ରାମ ମନ୍ଦିରର ସହକାରୀ ପୂଜକ ସନ୍ତୋଷ କୁମାର ତିଓ୍ଵାରୀ କହିଛନ୍ତି ଯେ, ତାହା ଗରୁଡ ପକ୍ଷୀ ଥିଲା। ଯାହା ଗରୁଡ ଦେବଙ୍କ ସମାନ ପ୍ରଜାତିର ଥିଲା। ଉତ୍ତର ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ପ୍ରଥମେ ଗୁଧି ମଣ୍ଡପ ପରିକ୍ରମା କରିବା ପରେ ସିଧାସଳଖ ଗର୍ଭଗୃହ ଭିତରକୁ ପ୍ରବେଶ କରି ଯାଇଥିଲା।ଏହି ନିଆରା ଘଟଣା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ବିଶ୍ୱାସ କରାଯାଏ ଯେ ଗରୁଡ଼ ଭଗବାନ ବିଷ୍ଣୁଙ୍କର ବାହନ ଅଟେ, ଆଉ ରାମ ହେଉଛନ୍ତି ବିଷ୍ନୁଙ୍କର ଏକ ଅବତାର।
BREAKING NEWS
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
Comments are closed.