କେନ୍ଦ୍ରାପଡା: ଗ୍ୟାସ ଟାଙ୍କି ଫାଟି ଜଳିଗଲା ଦୁଇ ବଖରା ଆଜବେଷ୍ଟ ଘର। ବଡ଼ଧରଣର ଅଘଟଣରୁ ଅଳ୍ପକେ ବଞ୍ଚିଲେ ଦୁଇ ପରିବାର। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ନାଟରା ଗାଁରେ ଘଟିଛି ବଡ ଅଘଟଣ। ସୂଚନା ଅନୁସାରେ, ଗାଁର ସମର ଦାସଙ୍କ ଘରେ ସଂଧ୍ୟାରେ ଚା କରୁଥିବାବେଳେ ହଠାତ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇଥିଲା। କିଛି ସମୟ ମଧ୍ୟରେ ନିଆଁ ସବୁଆଡେ ବ୍ୟାପି ଯାଇଥିଲା। ଗ୍ୟାସ ଟାଙ୍କି ଜଳୁଥିବା ଦେଖି ପରିବାର ଲୋକେ ଘର ବାହାରକୁ ଚାଲିଆସିବାର କିଛି ସମୟ ମଧ୍ୟରେ ଘରେ ଥିବା ୨ଟି ଗ୍ୟାସ ଟାଙ୍କି ଫାଟିଯାଇଥିଲା। ଫଳରେ ଘରେ ଥିବା ସମସ୍ତ ଜିନିଷପତ୍ର ପୋଡି ନଷ୍ଟ ହୋଇଯାଇଛି। ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କେହି ଦୁର୍ଘଟଣାଗସ୍ତ ହୋଇ ନଥିବା ଜାଣିବାକୁ ମିଳିଛି।
BREAKING NEWS
- କଳିଙ୍ଗ ଷ୍ଟାଡିୟମରେ ହେବ ସବଜୁନିୟର ନ୍ୟାସନାଲ ରଗବୀ ସେଭେନ୍ସ ଚାମ୍ପିୟନସିପ୍
- Makar Sankranti: ଆସନ୍ତାକାଲି ମକର ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
- ବିଜୟ ହଜାରେ ଟ୍ରଫି: ସେମିଫାଇନାଲରେ କର୍ଣ୍ଣାଟକ-ବିଦର୍ଭ, ପଞ୍ଜାବ-ସୌରାଷ୍ଟ୍ର ମଧ୍ୟରେ ହେବ ମୁକାବିଲା
- Clean Survey: ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ, ଶ୍ରେଷ୍ଠ ସ୍ୱଚ୍ଛ ବିଦ୍ୟାଳୟକୁ ମିଳିବ ୫୦ ହଜାର ଟଙ୍କାର ପୁରସ୍କାର
- ମାଞ୍ଜା ସୂତା ଲାଗି ଭୁବନେଶ୍ୱରରେ ଯୁବକ ଗୁରୁତର
- କେନ୍ଦୁଝରରେ ଖୋଲିବ ଏନଏସଡିର ରାଜ୍ୟ ଶାଖା, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର..
- ଆଉ ହେବନି ୧୦ ମିନିଟ୍ ମଧ୍ୟରେ ଡେଲିଭରି, ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ରୋକ୍ ଲଗାଇଲେ ସରକାର
- ଫିରିଙ୍ଗିଆ ତହସିଲର ପୂର୍ବତନ କର୍ମଚାରୀ ଅଜୟ ମଲ୍ଲିକଙ୍କୁ ୩ ବର୍ଷ ଜେଲ ଦଣ୍ଡ
- ଆଇସିସି କଥା ମାନୁନି ବାଂଲାଦେଶ
- BJD: ଏବେ ସୁଧା ୮ ଜିଲ୍ଲାରେ ଖୋଲିଲାନି ମଣ୍ଡି, ଚାଷୀକୂଳକୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର: ବିଜେଡି
Comments are closed.