ମୁମ୍ବାଇ: ମାଆ ହେଲେ ଛୋଟ ପରଦାର ଅଭିନେତ୍ରୀ ଗୌରହର ଖାନ୍ । ବୁଧବାର ରାତିରେ ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ପୂର୍ବରୁ ‘ବିଗ୍ବସ୍’ର ବିଜେତା ହୋଇଥିବା ଗୌରହର ଖାନ୍ ଓ ସ୍ୱାମୀ ଜାୟିଦ୍ ପୁଅ ହେବା ପରେ ବହୁତ ଖୁସି ଅଛନ୍ତି । ଗୌରହର୍ ୩୯ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଦେଇ ଚାଲିଛନ୍ତି ।
ଗୌରହର୍ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ଯେ, ‘ଆମ ପୁଅ ତରଫରୁ ଏହି ସୁନ୍ଦର ପୃଥିବୀକୁ ସଲାମ୍ ୱାଲିକୁମ୍’ । ତାଙ୍କର ଏହି ପୋଷ୍ଟ୍ ଦେଖୁ ଦେଖୁ ପ୍ରଥମେ ଅଭିନେତ୍ରୀ ଅନୁଷ୍କା ଶର୍ମା ଶୁଭେଚ୍ଛା ଜଣାଇଛନ୍ତି । ୨୦୨୦ ମସିହା ଡିସେମ୍ବର ୨୫ ତାରିଖରେ ଗୌରହର୍ ଓ ଜାୟିଦ୍ ବିବାହ କରିଥିଲେ । ଉଭୟେ କରୋନା ସମୟରେ ହିଁ ପରସ୍ପରଙ୍କୁ ଭେଟିଥିଲେ । କରୋନା ସମୟରେ ଘର ପାଇଁ ସାମଗ୍ରୀ କିଣୁଥିବା ବେଳେ ଉଭୟଙ୍କ ପ୍ରଥମ ସାକ୍ଷାତ୍ ହୋଇଥିଲା । ପ୍ରଥମ ଦେଖାରେ ହିଁ ଗୌରହର୍ ଜାୟିଦ୍ଙ୍କ ପ୍ରେମରେ ପଡ଼ିଯାଇଥିଲେ । ଶେଷରେ ଉଭୟ ବିବାହ କରିବା ନିଷ୍ପତ୍ତି ନେଇଥିଲେ ।
କରୋନା ସମୟରେ ନିରାଡ଼ମ୍ବର ଭାବେ ଉଭୟ ବିବାହ କରିଥିଲେ । ତେଣୁ ସେମାନଙ୍କ ବିବାହ ଏତେଟା ଚର୍ଚ୍ଚାରେ ରହି ନ ଥିଲା । ତେବେ ଗତ କିଛି ମାସ ତଳେ ସେମାନେ ବାପାମାଆ ହେବା କଥା ଏକ ଆନିମେଟେଡ୍ ଭିଡିଓ ଜରିଆରେ ଜଣାଇଥିଲେ ।
Comments are closed.