Latest Odisha News

ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ; ପଛରେ ପଡିଗଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଧନୀ ତାଲିକା ଦୌଡରେ ପୁଣି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ। ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଆଦାନୀ ଗ୍ରୁପ୍‌ ଅଫ୍‌ କମ୍ପାନୀଜ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣି ଥରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠୁ ଧନୀ ବ୍ୟକ୍ତି ପାଲଟିଛନ୍ତି। ଅଦାନୀ ବିଶ୍ୱ ରାଙ୍କିଙ୍ଗ୍‌ରେ ଶ୍ରେଷ୍ଠ ୧୨ରେ ସ୍ଥାନ ପାଇଥିବାବେଳେ ଅମ୍ବାନୀ ୧୩ତମ ସ୍ଥାନରେ ରହିଛନ୍ତି। ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ତାଜ ପିନ୍ଧିଛନ୍ତି ଗୌତମ ଆଦାନୀ ।

ବ୍ଲୁମବର୍ଗ ବିଲିନିୟର୍ସ ତାଲିକା ଅନୁସାରେ ଧନୀ ବ୍ୟକ୍ତି ଭାବରେ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି । ଆଦାନୀଙ୍କ ମୋଟ ସମ୍ପତ୍ତି ୯୭.୬ ବିଲିୟନ ଡଲାର ଥିବା ବେଳେ ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୯୭ବିଲିୟନ ଡଲାର। ଏହିପରି ଭବରେ ସେ ବିଶ୍ବର ଶ୍ରେଷ୍ଠ ଧନୀ ତାଲିକାରେ ୧୩ ସ୍ଥାନରେ ରହିଛନ୍ତି ମୁକେଶ ଅମ୍ବାନୀ।

ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ୭.୬ ବିଲିୟନ ଡଲାର ବୃଦ୍ଧି ପାଇଛି । ପୂର୍ବରୁ ଡିସେମ୍ବର ୨୦୨୩ରେ ଶ୍ରେଷ୍ଠ ଧନୀ ତାଲିକାର ୧୫ତମ ସ୍ଥାନରେ ଥିଲେ ଗୌତମ । ସେହିପରି ମୁକାଶ ଅମ୍ବାନୀ ଧନୀ ତାଲିକାରେ ୧୪ତମ ସ୍ଥାନରେ ରହିଥିଲେ । ଜାନୁୟାରୀ ୩ତାରିଖରେ ହିଣ୍ଡନବର୍ଗ- ଆଦାନୀ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଗୌତମ ଆଦାନୀଙ୍କ କମ୍ପାନୀର ସେୟାର ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ଘଟିଥିଲା । ଫଳସ୍ବରୁପ ଆଦାନୀ ଗ୍ରୁପ କମ୍ବାନୀ ଗୁଡ଼ିକର ସେୟାର ବୁଧବାର ୧୫.୧୧ ଟ୍ରିଲିୟନ ବୃଦ୍ଧି ପାଇଥିଲା, ଯାହା କି ଗୋଟିଏ ଦିନ ପୂର୍ବରୁ ୧୪.୪୭ ଟ୍ରିଲିୟନ ଥିଲା ।

Comments are closed.