Latest Odisha News

ଆସନ୍ତୁ ଜାଣିବା ଗମ୍ଭୀରଙ୍କୁ କୋଚ ଭାବେ ଘୋଷଣା କରିବାରେ କଣ ପାଇଁ ହେଉଛି ବିଳମ୍ବ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପରେ ଭାରତୀୟ କ୍ରିକେଟର ମୂଖ୍ୟମ କୋଚ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସହଯୋଗୀ ଷ୍ଟାଫ ବିକ୍ରାମ ରାଠୋର, ପାରସ ମାହାମ୍ବ୍ରେ ଓ ଟି ଦିଲୀପଙ୍କ କାର୍ଯ୍ୟକାଳ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହା ପରେ ନୂତନ କୋଚଙ୍କ ନାମ ଘୋଷଣା କରାଯିବା କଥା । ଗୌତମ ଗମ୍ଭୀର କୋଚ ହେବା ଏକପ୍ରକାର ଚୂଡାନ୍ତ ହୋଇଥିବା ବେଳେ ବିସିସିିଆଇ ବିଧିବଦ୍ଧ ଭାବେ କାହିଁକି ଘୋଷଣା କରୁ ନାହିଁ ସେଥିପାଇଁ ସମସ୍ତେ ଚିନ୍ତାରେ ପଡି ଗଲେଣି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ଗମ୍ଭୀର ଓ ବିସିସିଆଇ ମଧ୍ୟରେ ପାରଶ୍ରମିକକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଗମ୍ଭୀରଙ୍କ ନାମ ଘୋଷଣା କରିବା ପରେ ବିସିସିଆଇ ଅନ୍ୟ କୋଚଙ୍କ ନାମ ମଧ୍ୟ ଘୋଷଣା କରିବ ।

ଗମ୍ଭୀର ଜଣେ ଭଲ ବ୍ୟାଟ୍ସମ୍ୟାନ ହୋଇଥିବାରୁ ଅତିରିକ୍ତ ବ୍ୟାଟିଂ କୋଚ ପାଇଁ ବିସିସିଆଇ ଆଗ୍ରହ ପ୍ରକାଶ କରୁନି । ଗମ୍ଭୀର ମଧ୍ୟ ଏ ବାବଦକୁ ଅଧିକ ଅର୍ଥ ଚାହୁଁଛନ୍ତି । ଅବଶ୍ୟ ଏ ନେଇ ବିସିସିଆଇ ଓ ଗମ୍ଭୀରଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏବେ କୋଚ ଦୌଡରେ ଗମ୍ଭୀରଙ୍କ ବ୍ୟତୀତ ଡବ୍ଲ୍ୟୁଭି ରମଣଙ୍କ ନାମ ମଧ୍ୟ ଉଠୁଛି । ଜିମ୍ବାୱେ ଗସ୍ତରେ ଯାଇଥିବା ଭାରତୀୟ ଟିମର କୋଚ ଭିଭିଏସ ଲକ୍ଷ୍ମଣ ରହିଛନ୍ତି । ଶ୍ରୀଲଙ୍କା ଗସ୍ତ ପୂର୍ବରୁ ନୂତନ କୋଚଙ୍କ ନାମ ଘୋଷଣା କରାଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

Comments are closed.