Latest Odisha News

BREAKING NEWS

ଦିଲ୍ଲୀ ଏଲଏନଜେପି ହସ୍ପିଟାଲକୁ ଗୌତମ ଗାମ୍ଭୀର ଦେଲେ ହଜାରେ ପିପିଇ କିଟ୍

ନୂଆଦିଲ୍ଲୀ- କରୋନା ମୁକାବିଲାରେ ସହାୟତାର ହାତ ବଢାଇଛନ୍ତି କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର । ଦିଲ୍ଲୀର ଲୋକ ଜୟପ୍ରକାଶ ନାରାୟଣ ହସ୍ପିଟାଲକୁ ସେ ହଜାରେ ପିପିଇ କିଟ୍ ଦାନ କରିଛନ୍ତି ।

ଏ ନେଇ ଗାମ୍ଭୀର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲକୁ ଦେଇଥିବା କଥା ଅନୁସାରେ ଏହି ପିପିଇ ଦେଇଛି । ଆଗକୁ ମୁଁ ଅନ୍ୟ ହସ୍ପିଟାଲକୁ ମଧ୍ୟ ପିପିଇ ଯୋଗାଇ ଦେବି । ଡାକ୍ତରମାନଙ୍କୁ ସେ ପ୍ରକୃତ ଯୋଦ୍ଧା ବୋଲି କହିଛନ୍ତି ।

Leave A Reply

Your email address will not be published.