Latest Odisha News

BREAKING NEWS

ଗମ୍ଭୀର ସମସ୍ୟା: ଭାରତୀୟ କ୍ରିକେଟ ଟିମର ଚାଲିଛି ଅନ୍ଧକାରମୟ ଯୁଗ

ଭାରତୀୟ କ୍ରିକେଟ ଟିମ ଚଳିତ ଦଶନ୍ଧିରେ ଅନେକ ସଫଳତା ହାସଲ କରିଛି । ଦିନିକିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରିବା ସହ ୨ ଥର ଆଇସିସି ଟ୍ରଫି ଜିତିଛି । ଗୌତମ ଗମ୍ଭୀର କୋଚ ଦାୟିତ୍ୱ ଗ୍ରହଣ କରିବା ପରେ ଟିମ ଇଣ୍ଡିଆ ଯେତିକି ସଫଳତା ହାସଲ କରିନି ତାଠାରୁ ଅଧିକ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ନିକଟରୁ ଘରୋଇ ପରିବେଶରେ ହାରିବା ଏହାର ଜ୍ୱଳନ୍ତ ଉଦାହରଣ ।

ନୂଆ ଟିମ ଗଠନ କରିବା ପାଗଳାମୀରେ ଗମ୍ଭୀର ସମସ୍ତ କମ୍ବିନେଶନ ବିଗାଡି ଦେଇଛନ୍ତି । ସେ ପରୋକ୍ଷରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ସୃଷ୍ଟି କରୁଥିବା ବେଳେ ଏବେ ନିଜେ ହରଡଘଣାରେ ପଡିଛନ୍ତି । ଚାମ୍ପିୟନ୍ସ ଟ୍ରଫି ସଫଳତା ତାଙ୍କ ସମ୍ମାନ ବଂଚାଇ ରଖିଛି । ଗମ୍ଭୀରଙ୍କ କାର୍ଯ୍ୟକାଳରେ ଭାରତ ଅନେକଗୁଡିଏ ଅନାବଶ୍ୟକ ରେକର୍ଡ କରିଛି । ସେଗୁଡିକ ହେଲା..
୧. ୨୭ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିପାକ୍ଷିକ ସିରିଜ ହାରିବା । ୨.୩୬ ବର୍ଷ ପରେ ଘରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ପରାଜୟ । ୩. ୧୯ ବର୍ଷ ପରେ ଚେନ୍ନାଇରେ ଭାରତ ଟେଷ୍ଟ ହାରିଲା । ୪. ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ୫୦ରୁ କମ ରନରେ ଅଲଆଉଟ । ୫. ପ୍ରଥମ ଥର ପାଇଁ ଘରେ ୩-୦ରେ ନ୍ୟୁଜିଲାଣ୍ଡ ନିକଟରୁ ସିରିଜ ହାରିଲା । ୬. ଘରୋଇ ମାଟିରେ ୪୭ ବର୍ଷ ପରେ କ୍ରମାଗତ ୩ଟି ଟେଷ୍ଟରେ ପରାଜୟ । ୭. ୧୦ ବର୍ଷ ପରେ ବର୍ଡର-ଗାଭସ୍କର ସିରିଜ ହାତଛଡା କରିବା ଏବଂ ୱାଙ୍ଖେଡରେ ୧୪୭ ରନ ଲକ୍ଷ୍ୟ ଚେଜ କରି ନ ପାରିବା ।

୮. ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରି ନ ପାରିବା । ୯. ୧୩ ବର୍ଷ ପରେ ମେଲବୋର୍ଣ୍ଣରେ ଟେଷ୍ଟ ହାରିବା । ୧୦. ଲୀଡ୍ସରେ ୫ ଶତକ ସତ୍ୱେ ମ୍ୟାଚ ହାରିବା । ୧୧. ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ନିକଟରୁ ଘରୋଇ ସିରିଜ ହାରିବା । ୧୨. ୪୦୮ ବୃହତ ରନ ବ୍ୟବଧାନରେ ହାରିବା । ୧୩. ମାଂଚେଷ୍ଟରରେ ୬୦୦ ଅଧିକ ରନ ଖର୍ଚ୍ଚ କରିବା । ୧୪. ରାୟପୁରରେ ଦକ୍ଷିଣ ଆଫ୍ରିକା ୩୫୯ ବିଶାଳ ରନ ଚେଜ କରିବା । ୧୫.ଭାରତ ମାଟିରେ ନ୍ୟୁଜିଲାଣ୍ଡ ବଡ ସ୍କୋର ଚେଜ କରିବା । ୧୬: ଘରୋଇ ପରିବେଶରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ନିକଟରୁ ସିରିଜ ହାରିବା ।

Leave A Reply

Your email address will not be published.