Latest Odisha News

BREAKING NEWS

ଗମ୍ଭୀରଙ୍କ ପରେ ରମଣଙ୍କ ସହ କୋଚ ପଦ ପାଇଁ ଆଲୋଚନା କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଆଗାମୀ କୋଚ ପଦ ପାଇଁ ଗୌତମ ଗମ୍ଭୀରଙ୍କୁ ପ୍ରଥମ ପସନ୍ଦ ଭାବେ ବିବେଚନା କରାଯାଉଛି । ସେ ଏକୁଟିଆ ଏହି ପଦ ପାଇଁ ଆବେଦନ କରିଥିବା କୁହାଯାଉଥିବା ବେଳେ ଆଜି ଏଥିରେ ନାଟକୀୟ ପରିବର୍ତନ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଗମ୍ଭୀରଙ୍କ ସହ ବିସିସିଆଇ ଭର୍ଚୁଆଲ ସାକ୍ଷାତକାର ନେଇଥିଲା । ଏଥିରେ ଗମ୍ଭୀରଙ୍କ ଟିମକୁ ନେଇ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ପରେ ଡବ୍ଲ୍ୟୁ ଭି ରମଣଙ୍କ ସହ ମଧ୍ୟ ବିସିସିଆଇ କମିଟି ଆଲୋଚନା କରିଥିଲା । ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବୁଧବାର ବିସିସିଆଇ ଜଣେ ବିଦେଶୀ କୋଚଙ୍କ ସହ ଏ ନେଇ ଆଲୋଚନା କରିବ ।

ସୂଚନାଯୋଗ୍ୟ, କୋଚ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଟି୨୦ ବିଶ୍ୱକପ ପରେ ଶେଷ ହେବ । ଏହା ପରେ ନୂତନ କୋଚ ଚୟନ କରାଯିବ । ଗମ୍ଭୀର କୋଚ ହେବା ଏକପ୍ରକାର ନିଶ୍ଚିତ ବୋଲି ରିପୋର୍ଟମାନ ପ୍ରକାଶ ପାଉଛି । ରମଣଙ୍କ ସହ ବିସିସିଆଇ କୋଚ ପଦ ପାଇଁ ଆଲୋଚନା କରିଛି କିମ୍ବା ଚୟନ କମିଟି ମୂଖ୍ୟ ଦାୟିତ୍ୱ ପ୍ରଦାନ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି ତାହା ସ୍ପଷ୍ଟ ହୋଇନି । ରମଣଙ୍କ ପ୍ରେଜେଂଟେଶନ ବିସିସିଆଇକୁ ପ୍ରଭାବିତ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.