Latest Odisha News

BREAKING NEWS

କୋଚ ହେବା ପରେ ଗମ୍ଭୀର ପାଇବେ କେତେ ଟଙ୍କା

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଟିମର କୋଚ ନିଯୁକ୍ତ କରାଯାଇଛି । ରାହୁଲ ଡ୍ରାଭିଡଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ଚଳିତ ବର୍ଷ ଶ୍ରୀଲଙ୍କା ଗସ୍ତରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ଏବଂ ଏହା ୨୦୨୭ ପର୍ଯ୍ୟନ୍ତ ରହିବ । ବିଶ୍ୱର ସବୁଠାରୁ ଧନୀ ବୋର୍ଡ ଭାବେ ପରିଚିତ ବିସିସିଆଇ ଗମ୍ଭୀରଙ୍କୁ କୋଚ ହେବା ବାବଦକୁ କେତେ ଅର୍ଥ ଦେବ ସେ ନେଇ ଆଲୋଚନା ଜୋର ଧରିଛି । ତେବେ ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ । ପୂର୍ବରୁ ରବି ଶାସ୍ତ୍ରୀ ଓ ରାହୁଲ ଡ୍ରାଭିଡଙ୍କୁ ଏ ବାବଦକୁ ବର୍ଷକୁ ୧୨ କୋଟି ଟଙ୍କା ଲେଖାଏଁ ମିଳୁଥିଲା । ଏହି ଧାରା ବଜାୟ ରହିବ ବୋଲି ଆଶା କରାଯାଉଛି ।

ଗମ୍ଭୀର ଠିକ ଭାବେ କାମ କରିବା ପାଇଁ ଏକ ଟିମ ଦିଆଯିବ । ଯେଉଁମାନେ ଏନସିଏ ସହ ଏକତ୍ର ହୋଇ କାମ କରିବେ । ଗମ୍ଭୀର କେତେକ ସର୍ତ ରଖିଛନ୍ତି ତାହା ସମ୍ପର୍କରେ ବିସିସିଆଇ କିନ୍ତୁ କିଛି ଖୁଲାସା କରିନି । ଏବେ ଅଭିଷେକ ନାୟାର, ଜାହୀର ଖାଁ, ବିନୟ କୁମାର ଓ ଲକ୍ଷ୍ମୀପତି ବାଲାଜୀଙ୍କ ନାମ ସପୋର୍ଟିଂ ଷ୍ଟାଫ ପାଇଁ ସମ୍ମୁଖକୁ ଆସିଛି ।

Comments are closed.