କୋଲକାତା: ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ସବୁ କଳ୍ପନା ଜଳ୍ପନାର ଅବସାନ ଘଟେଇ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଛନ୍ତି । ଏକ ଆଲୋଚନା ଚକ୍ରରେ ଧୋନୀଙ୍କ ଅବସର ନେଇ ପ୍ରଶ୍ନ ଉଠିଥିଲା । ଯାହା ଶୁଣିବା ପରେ ମହାନ ଖେଳାଳି ସୁନୀଲ ଗାଭାସ୍କର ରାଗି ଯାଇଥିଲେ । ଆପଣମାନେ କାହିଁକି ବାରମ୍ବାର ତାଙ୍କ ଅବସର ସମ୍ପର୍କରେ ଆଲୋଚନା କରୁଛନ୍ତି । ଏହା ଦ୍ୱାରା ସେ ଚାପଗ୍ରସ୍ତ ହେବେ । ଧୋନୀଙ୍କ ପ୍ରଦର୍ଶନ ଉପରେ ଧ୍ୟାନ ଦିଅ । ସେ କେତେ ବୟସର ହେଲେଣି ସେଥିରୁ ଆମକୁ କଣ ମିଳିବ । ଏବେ ବି ସିଏ କ୍ରିଜରେ ଛିଡା ହୋଇ ଛକା ମାରି ପାରୁଛନ୍ତି । ତାଙ୍କ କ୍ଷମତା ଉପରେ ସନ୍ଦେହ କରନ୍ତୁ ନାହିଁ ।
ଧୋନୀ କେବେ ଅବସର ନେବେ ସେ ନିଷ୍ପତି ତାଙ୍କ ଉପରେ ଛାଡିଦିଅ । ଆମେ ତାଙ୍କ ଖେଳ ଦେଖିବା ପାଇଁ ଆସିଛେ..ଅବସର ବିଷୟରେ ଆଲୋଚନା କରିବା ପାଇଁ ନୁହେଁ ବୋଲି କହିଥିଲେ । ଆଇପିଏଲ ଇତିହାସରେ ଧୋନୀ ଛକା ମାରିବାରେ ୪ର୍ଥ ସ୍ଥାନରେ ରହିଛନ୍ତି । ସେ ୨୫୨ ଛକା ମାରିଛନ୍ତି । ଏହି ତାଲିକାରେ କ୍ରିସ ଗେଲ (୩୫୭), ରୋହିତ ଶର୍ମା(୨୮୦) ଓ ବିରାଟ କୋହଲି ୨୭୨ ଛକା ମାରି ଯଥାକ୍ରମେ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ସେ ଆଇପିଏଲରେ ଓଭରାଲ ୨୬୪ ମ୍ୟାଚ ଖେଳି ୫୨୪୩ ରନ କରିଛନ୍ତି । ଏଥିରେ ୨୪ ଅର୍ଦ୍ଧଶତକ ରହିଛି । ସେ ୱିକେଟକିପର ଭାବେ ୧୫୨ କ୍ୟାଚ ଏବଂ ୪୨ ଡିସମିସାଲ କରିଛନ୍ତି ।
Comments are closed.