Latest Odisha News

BREAKING NEWS

ବିନୋଦ କାମ୍ବଲୀଙ୍କୁ ଆର୍ଥୀକ ସହାୟତା ଯୋଗାଇଦେଲେ ଲିଟିଲ ମାଷ୍ଟର

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ଏବେ ଅସୁସ୍ଥ ଅଛନ୍ତି । ମହାନ ଖେଳାଳି ତଥା ଲିଟିଲ ମାଷ୍ଟର ଭାବେ ପରିଚିତ ସୁନୀଲ ଗାଭାସ୍କର ଏବେ କାମ୍ବଲୀଙ୍କ ପାଇଁ ବଡ ଧରଣର ଆର୍ଥୀକ ସହାୟତା ଘୋଷଣା କରିଛନ୍ତି । ପ୍ରତ୍ୟେକ ମାସରେ ଗାଭାସ୍କରଙ୍କ ଚାମ୍ପସ ଫାଉଣ୍ଡେସନ କାମ୍ବଲୀଙ୍କୁ ୩୦୦୦୦ ଟଙ୍କା ପ୍ରଦାନ କରିବ । ଏପ୍ରିଲ ୧ରୁ ଏହା ଆରମ୍ଭ ହେବ । ମେଡିକାଲ ଖର୍ଚ୍ଚ ବାବଦକୁ ଉପରୋକ୍ତ ଅର୍ଥ ଦିଆଯିବ । ୧୯୯୯ରେ ସୁନୀଲ ଏହି ଫାଉଣ୍ଡେସନ ତିଆରି କରିଥିଲେ । ଏହା ମଧ୍ୟମରେ ଅସୁବିଧାରେ ଥିବା ଆନ୍ତର୍ଜାତୀୟ କ୍ରିକେଟରଙ୍କୁ ସହାୟତା ଯୋଗାଇ ଦିଆ ଯାଇଥାଏ ।

ଚଳିତ ବର୍ଷ ଜାନୁୟାରୀରେ ୱାଙ୍ଖେଡ ଷ୍ଟାଡିୟମର ୫୦ ବର୍ଷ ପୂର୍ତି ଅବସରରେ କାମ୍ବଲୀଙ୍କୁ ସୁନୀଲ ଭେଟିଥିଲେ । ସେ ସମୟରେ କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ବିଗିଡି ଯାଇଥିଲା । ଗାଭାସ୍କରଙ୍କ ପାଦ ଛୁଇଁବା ଅବସରରେ କାମ୍ବଲୀ ଭାବପ୍ରବଣ ହୋଇ ପଡିଥିଲେ । ଲିଟିଲ ମାଷ୍ଟର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଆଶ୍ୱସନା ଦେଇଥିଲେ । କାମ୍ବଲୀଙ୍କ ପୂର୍ବରୁ ଏହି ଫାଉଣ୍ଡେସନ ସଲୀମ ଦୁରାନୀଙ୍କୁ ମଧ୍ୟ ସହାୟତା ଯୋଗାଇଥିଲା ।

Comments are closed.