Latest Odisha News

BREAKING NEWS

ରାସ୍ତାରେ ପଡ଼ିଛି ପୁଳା ପୁଳା ରତ୍ନ, ଗୋଟାଇ ନେଉଛନ୍ତି ଗାଁ ଲୋକେ

ବୈଦ୍ଧ: ରାସ୍ତାରେ ପଡ଼ିଛି ପୁଳା ପୁଳା ରତ୍ନ । ଆଉ ଏହାକୁ ଦେଖି ଗୋଟାଇ ନେଉଛନ୍ତି ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଥାନା ବାଘିଆପଡା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମରେ । ଏହି ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତାରେ ପକାଇଥିଲେ । ଆଉ ସେଇ ମାଟିରେ ଗାଁ ଲୋକ ଦେଖିବାକୁ ପାଇଥିଲେ ରତ୍ନପଥର । ଏହାକୁ ଦେଖି ପିଲାଠୁ ବୁଢା ସଭିଏଁ ମାଟି ଖୋଳିବାରେ ଲାଗି ପଡିଛନ୍ତି ।

ରତ୍ନ ପଥରର ମୂଲ୍ୟ କେଜି ପ୍ରତି ୨୫ଶହ ରୁ ୩ହଜାର ଟଙ୍କା ଦେଇ କିଣି ନେଉଛନ୍ତି ମାଫିଆ । ଅନ୍ୟପଟେ ପଥର ଗୁଡିକ କେଉଁ ପଥର ତାହା ଯାଞ୍ଚ ହେବା ଜରୁରୀ ରହିଥିବା ବେଳେ ଘଟଣା ସ୍ଥଳରେ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି । ସୂଚନମୁତବକ ଖୁଣ୍ଟିଆପଡା ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତାରେ ପକାଇଥିଲେ । ଆଉ ତାପରେ ଆରମ୍ଭ ହୋଇଥିଲା ରତ୍ନପଥର ଖୋଳା ।

Comments are closed.