ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ବିଲୀନ ହେବେ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ଵତ । ସମ୍ପୂର୍ଣ୍ଣ ସାମରିକ ମର୍ୟ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ତାପୂର୍ବରୁ ପାର୍ଥିବ ଶରୀରରକୁ ତାଙ୍କ ସରକାରୀ ବାସଭବନରେ ରଖାଯାଇଛି । ସାଧାରଣ ଲୋକଙ୍କ ସମେତ ସେନା ଅଧିକାରୀ ଓ କର୍ମଚାରୀ ଶେଷ ଦର୍ଶନ କରିପାରିବେ ।
ଦିଲ୍ଲୀ କାରଜ ମାର୍ଗସ୍ଥିତ ବାସଭବନରେ ସକାଳ ୧୧ଟାରୁ ସାଢ଼େ ୧୨ଟା ଯାଏ ସାଧାରଣ ଲୋକ ଅନ୍ତିମ ଦର୍ଶନ କରିବେ। ଏହାପରେ ସେନା ଅଧିକାରୀ ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ଯାଏ ସିଡିଏସ ରାଓ୍ଵତଙ୍କୁ ଜଣାଇବେ ଅନ୍ତିମ ଶ୍ରଦ୍ଧାଞ୍ଜଳି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସିଡିଏସ୍ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Home Minister Amit Shah pays tribute to CDS Gen Bipin Rawat who passed away in an IAF chopper crash near Coonoor in Tamil Nadu on Wednesday. pic.twitter.com/Jf14uoUyMe
— ANI (@ANI) December 10, 2021
ଅପରାହ୍ଣ ପାଖାପାଖି ୨ଟାରେ ଆରମ୍ଭ ହେବ ଜେନେରାଲ୍ ରାଓ୍ୱତଙ୍କ ଅନ୍ତିମ ଯାତ୍ରୀ । ଅପରାହ୍ଣ ୪ଟାରେ ହେବ ଅନ୍ତିମ ସଂସ୍କାର । ଦିଲ୍ଲୀ କ୍ୟାଣ୍ଟ ବରାର୍ ସ୍କୋୟାରରେ ସିଡିଏସ ରାଓ୍ଵତ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ଅନ୍ତିମ ସଂସ୍କାର କରାଯିବ । ଆଜି ବ୍ରିଗେଡିୟର ଏଲ୍. ଏସ୍. ଲିଡାରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।
ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣ ମୃତ୍ୟୁବରଣ କରିଥିଲେ । ଗତକାଲି ସୁଲୁର ଏୟାରବେସରୁ ସମସ୍ତଙ୍କର ମର ଶରୀର ପାଲାମ୍ ଏୟାରବେସରେ ପହଞ୍ଚିଥିଲା । ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲଙ୍କ ସମେତ ତିନି ସେନାର ମୁଖ୍ୟ ।
Comments are closed.