ଉହାନ: ଚୀନ ଏବଂ ଏହାର ପରୀକ୍ଷଣ ଧିରେ ଧିରେ ମାନବଜାତି ପ୍ରତି ବିପଦ ସୃଷ୍ଟି କରୁଛି । ପ୍ରକୃତି ସହ ଖେଳିବା ମଧ୍ୟ ଚୀନ ଆରମ୍ଭ କରି ସାରିଲାଣି । ଏ ଭଳି ଏକ ତଥ୍ୟ ସମ୍ମୁଖକୁ ଆସିବା ପରେ ବିଶେଷଜ୍ଞମାନେ ଚିନ୍ତିତ ହୋଇ ପଡିଛନ୍ତି । ବ୍ରିଟିଶ ସାମ୍ବାଦିକ ଜେସ୍ପର ବେକର ଏହି ତଥ୍ୟ ଉଜାଗର କରିଛନ୍ତି ।
ଚୀନର ଲ୍ୟାବରେ ମାଙ୍କଡ, ଠେକୁଆ ଏବଂ ଅନ୍ୟ ଜୀବିତ ପ୍ରାଣୀଙ୍କ ଶରୀରରେ ଭାଇରସ ଇଂଜେକ୍ସନର ପ୍ରୟୋଗ କରୁଛି । ସେମାନଙ୍କ ଜିନ୍ ବଦଳିଯାଉଛି । ଯାହା କି ଅନ୍ୟ ଦେଶରେ ବେଆଇନ । ଉହାନ ଏବଂ ଅନ୍ୟ ଲ୍ୟାବରେ ଟେଷ୍ଟଟ୍ୟୁବରେ ବିଭିନ୍ନ ପ୍ରକାର ରୋଗ ଜୀବାଣୁ ରଖାଯାଉଛି । ଏହାକୁ ନିରୀହ ପଶୁଙ୍କ ଉପରେ ପ୍ରୟୋଗ କରାଯାଉଛି । ସେମାନଙ୍କୁ ଜୈବିକ ଅସ୍ତ୍ର ଭାବେ ପ୍ରଯୋଗ କରାଯିବା ଆଶଙ୍କା ରହିଛି ବୋଲି ବେକର କହିଛନ୍ତି । ଚୀନର ଜଣେ ଗବେଷକ ଉହାନ ଲ୍ୟାବରେ ୬୦୫ ବାଦୁଡି ରଖାଯାଇଥିବା କହିଛନ୍ତି ।
ଚୀନର ବ୍ୟାଟ ଓମ୍ୟାନ ଭାବେ ପରିଚିତ ଶି ଝେଙ୍ଗଲୀ କରୋନା ଭାଇରସ ସ୍ରଷ୍ଟା ବୋଲି କୁହାଯାଉଛି । ସେ ବିଭିନ୍ନ ଗୁମ୍ପାକୁ ଯାଇ ବାଦୁଡିଙ୍କ ଉପରେ ଗବେଷଣା କରୁଥିବା ପ୍ରମାଣ ହସ୍ତଗି ହୋଇଛି । ଏବେ ଉହାନ ଏବଂ ÷ଅନ୍ୟ ବିବାଦୀୟ ଲ୍ୟାବଗୁଡିକ ଚୀନ ସେନାଙ୍କ ସୁରକ୍ଷା ଭିତରେ ରହିଛି ।
BREAKING NEWS
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
Comments are closed.