Latest Odisha News

BREAKING NEWS

ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଗମ୍ଭୀର ଅଭିଯୋଗ, ତାଲିବାନକୁ ସାହାଯ୍ୟ କରିବା ପାଇଁ ୧୦ ହଜାର ଜିହାଦୀ ପଠାଇଛି ପାକିସ୍ତାନ !

କାବୁଲ: ଆତଙ୍କବାଦୀଙ୍କ ସହ ପାକିସ୍ତାନର ସୁସମ୍ପର୍କ ପୁନର୍ବାର ପଦାରେ ପଡିଛି । ପଡୋଶୀ ଦେଶ ଆଫଗାନିସ୍ତାନରେ ଆମେରିକା ସୈନ୍ୟ ପ୍ରତ୍ୟାହାର କରିବା ପରେ ତାଲିବାନଙ୍କ ଉତ୍ପାତ ବଢ଼ିଛି । ଧିରେ ଧିରେ ସେମାନେ ଆଫଗାନିସ୍ତାନକୁ କବଜା କରିବା ଆରମ୍ଭ କରି ଦେଇଛନ୍ତି । ଏଥିନେଇ ପାକିସ୍ତାନ ତାଲିବାନକୁ ସହଯୋଗ କରିବା ପାଇଁ ୧୦ ହଜାର ଜିହାଦୀଙ୍କୁ ପଠାଇଛି । ରବିବାର ଏହି ଗମ୍ଭୀର ଅଭିଯୋଗ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗାନି ଆଣିଛନ୍ତି ।

ତାସକେନ୍ଦରେ ମଧ୍ୟ ଓ ଦକ୍ଷିଣ ଏସିଆ ସମ୍ପର୍କ ସମ୍ମିଳନୀ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପସ୍ଥିତିରେ ସେ ଏହା ଖୋଲା ଖୋଲି ଭାବେ କହିଛନ୍ତି । ଇମ୍ରାନ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ୧୫ ବର୍ଷରେ ପାକିସ୍ତାନର ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି ବୋଲି କହିଛନ୍ତି । ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାରୁ ସମ୍ମିଳନୀ ବନ୍ଦ କରି ଦିଆ ଯାଇଥିଲା । ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ସୁରକ୍ଷାକର୍ମୀ ସୈଘାନ, କହମାଇ ଓ ଚଖନସୁରରୁ ତାଲିବାନ ମୁକ୍ତ କରିବାରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.