ନୂଆଦିଲ୍ଲୀ : ଘରୋଇ ଝଗଡ଼ାରୁ ଭୟଙ୍କର ସ୍ଥିତି । ଆତ୍ମହତ୍ୟା କରିଦେଲେ ସ୍ବାମୀ-ସ୍ତ୍ରୀ। ପ୍ରଥମେ ସ୍ବାମୀ ଆତ୍ମହତ୍ୟା କଲେ, ଆଉ ସ୍ବାମୀଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ୩୨ ବର୍ଷୀୟ ବିଜୟ ପ୍ରତାପ ଚୌହାନ ଏବଂ ତାଙ୍କ ୨୮ ବର୍ଷୀୟ ସ୍ତ୍ରୀ ଶିବାନୀ ଆତ୍ମହତ୍ୟା କରିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ଗାଜିଆବାଦରେ ।
ସୂଚନା ଅନୁସାରେ, ଗାଜିଆବାଦର ଜୱାହାର ନଗରରେ ଘର ଭଡ଼ା ନେଇ ଏମାନେ ରହୁଥିଲେ । ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ରାଗିଯାଇ ଶିବାନୀ, ବର୍ଷକର ପୁଅକୁ ନେଇ ଦିଲ୍ଲୀ ଚାଲି ଯାଇଥିଲେ । ସ୍ତ୍ରୀ ଘରୁ ଚାଲିଯିବା ପରେ ବିଜୟ ପ୍ରତାପ ତାଙ୍କୁ ଫୋନ୍ କରିଥିଲେ । ତାଙ୍କ ମୁହଁ ଦେଖିବାକୁ ସେ ଚାହୁଁ ନଥିବା ଫୋନରେ ବିଜୟଙ୍କୁ କହିଥିଲେ ଶିବାନୀ । ଆଉ ଏହା ପରେ ଘର ଭିତରେ ଝୁଲି ପଡ଼ିଥିଲେ ବିଜୟ ପ୍ରତାପ ଚୌହାନ ।
କୌଣସି କାରରୁ ବିଜୟଙ୍କ ଘରକୁ ତାଙ୍କ ଆଣ୍ଟି ଆସିଥିଲେ । ପୁତୁରା ଆତ୍ମହତ୍ୟା କରିଥିବା ନେଇ ଶିବାନୀଙ୍କୁ ଜଣାଇଥିଲେ । ଆଉ ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣୁ ଶୁଣୁ ପାଖରେ ଏକ ବିଦ୍ୟୁତ ଖୁଣ୍ଟିରେ ରସି ଲଗାଇ ଝୁଲି ପଡ଼ିଥିଲେ ଶିବାନୀ । ଦିଲ୍ଲୀ ପୋଲିସ ଶିବାନୀଙ୍କ ମୃତଦେହ ଜବତ କରି ଏବଂ ଗାଜିଆବାଦ ପୋଲିସ, ବିଜୟ ପ୍ରତାପଙ୍କ ମୃତଦେବ ଜବତ କରି ତଦନ୍ତ ଚଳାଇଛନ୍ତି । ଗାଜିଆବାଜ ଭଡ଼ାଘରଠାରୁ ମାତ୍ର ୮ କିଲୋମିଟର ଦୂର ଦିଲ୍ଲୀର ଏକ ସ୍ଥାନକୁ ଚାଲି ଯାଇଥିଲେ ଶିବାନୀ ।