Latest Odisha News

BREAKING NEWS

ଗାଜିପୁର ବର୍ଡ଼ରରୁ ହଟୁଛି ପୁଲିସର ବ୍ୟାରିକେଡ଼, ଦିଲ୍ଲୀ-ଗାଜିୟାବାଦକୁ ଖୋଲିବ ରାସ୍ତା

ଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ-ୟୁପି ଗାଜିପୁର ବର୍ଡ଼ରରେ ଚାଲୁଥିବା କିଷାନ ଆନ୍ଦୋଳନର ଧାରଣା ସ୍ଥଳରୁ ଲାଗିଥିବା ବ୍ୟାରିକେଡ଼କୁ ପୋଲିସ ହଟାଇବା ଆରମ୍ଭ କରିଦେଇଛି। ଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି ଯେ ସରକାରଙ୍କ ତରଫରୁ ଆଦେଶ ଆସିଥିବାରୁ ବ୍ୟାରିକେଡ଼ ହଟାଇ ରାସ୍ତା ଖୋଲୁଛୁ।

ବ୍ୟାରିକେଡ଼ ହଟାଇବା ପରେ ପୁଣିଥରେ ଗାଜିୟାବାଦରୁ ଦିଲ୍ଲୀକୁ ଯିବାଆସିବା ସହଜ ହୋଇଯିବ। ଏହି ମାମଲାକୁ ନେଇ ଡ଼ିସିପି କହିଛନ୍ତି ଯେ ବ୍ୟାରିକେଡ଼ ହଟାଯାଉଛି। ଏହି କାମ ଘଣ୍ଟାକ ମଧ୍ୟରେ ହୋଇଯିବ। ଆମକୁ ଆଦେଶ ମିଳିଥିବାରୁ ବ୍ୟାରିକେଡ଼ ହଟାଉଛୁ।

ସେଠାରେ ବ୍ୟାରିକେଡ଼ ହଟାଇସାରିବା ପରେ ନ୍ୟାସନାଲ ହାଇୱେ ୯ ଏବଂ ନ୍ୟାସନାଲ ହାଇୱେ ୨୪ ଶୀଘ୍ର ଖୋଲିଯିବ। ଗାଜିପୁର ବର୍ଡ଼ରରେ ପୋଲିସ ପ୍ରଥମେ କଣ୍ଟା ତାର ହଟାଯାଇଛି। ଏହାପୂର୍ବରୁ ଗୁରୁବାର ରାତିରେ ଟିକିରୀ ବର୍ଡ଼ରରେ ବ୍ୟାରିକେଡ଼ ହଟାଇବା କାମ ଆରମ୍ଭ କରାଯାଇଥିଲା। ସୂଚନା ଥାଉଯେ କୃଷକ ଆନ୍ଦୋଳନ କାରଣରୁ କିଛି ମାସ ପୂର୍ବରୁ ରାସ୍ତାରେ ବ୍ୟାରିକେଡ଼ ହୋଇଥିଲା।

Leave A Reply

Your email address will not be published.