Latest Odisha News

BREAKING NEWS

ଶୀତରୁ ରକ୍ଷା ନିମନ୍ତେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘୋଡ଼ଲାଗି ନୀତି; ପ୍ରସ୍ତୁତ ହେଲାଣି ଶୀତ ବସ୍ତ୍ର

ଭୁବନେଶ୍ୱର: ମହାପ୍ରଭୁଙ୍କ ମାନବୀୟ ଲୀଳାର ନିଦର୍ଶନ। ଶୀତ ର ପ୍ରକୋପ ରୁ ବଞ୍ଚିବା ପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହେବ।

ଡିସେମ୍ବର ୨୦ ତାରିଖ ରବିବାର ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣ ଷଷ୍ଠୀ । ସେହି ଦିନ ଶୀତ ବସ୍ତ୍ର ପରିଧାନ କରିବେ ଶ୍ରୀବିଗ୍ରହ । ଏଣୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜି ସେବାୟତ ଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରସ୍ତୁତ କରାଯାଇଛି। ଦରଜି ସେବାୟତ ପ୍ରକାଶ ମହାପାତ୍ରଙ୍କ ଦ୍ଵାରା ଠାକୁରଙ୍କ ଘୋଡ଼ ତିଆରି କରାଯାଇଛି।

ପତନୀ , ଗୀତ ଗୋବିନ୍ଦ ପାଟ ଏବଂ ସୂତା ପୁଟା ରେ ଠାକୁର ଙ୍କ ନୂତନ ବସ୍ତ୍ର ତିଆରି କରାଯାଇଛି। ଘୋଡ଼ ଲାଗି ବେଶ ପାଇଁ ଚତୁର୍ଦ୍ଧା ମୂର୍ତି ଙ୍କ ପାଇଁ ୪ ଟି ଘୋଡ଼ ତିଆରି କରାଯାଇଛି।

ଏଥି ସହିତ ମଦନ ମୋହନ, ସୁଦର୍ଶନ , ଗରୁଡ଼ , ପତିତପାବନ , ଗୁଣ୍ଡିଚା ମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ , ସୁର୍ଯ୍ୟ ଦେବ , ମୁକ୍ତି ମଣ୍ଡପ ପାର୍ଶ୍ଵ ରେ ବିରାଜିତ ନୃସିଂହ ମହାପ୍ରଭୁ , ଦକ୍ଷିଣ କାଳିକା ଓ କାକୁଡି ଖାଇ ଠାକୁରାଣୀ ଙ୍କ ପାଇଁ ମଧ୍ୟ ପୋଷାକ ତିଆରି ହୋଇଛି। ପ୍ରତିବର୍ଷ ଶ୍ରୀମନ୍ଦିରରେ ଶୀତ ୪ ମାସ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହୋଇଥାଏ।

Comments are closed.